ବିବାହର ଦିନେ ପୂର୍ବରୁ ଯୁବତୀଙ୍କୁ ବିଭତ୍ସ ହତ୍ୟା

Published By : Prameya-News7 Bureau | May 25, 2019 IST

ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟାକୁ ହତ୍ୟା କରାଯାଇଛି । ଘଟଣା ଘଟିଛି ଉତ୍ତର ପ୍ରଦେଶ କାନପୁର ଜିଲ୍ଲାରେ । ହତ୍ୟା କରିବା ପରେ ହତ୍ୟାକାରୀ ଯୁବତୀଙ୍କ ମୁହଁକୁ ପଥରରେ ଛେଚି ଦେଇଥିଲା । ବୁଧବାର ଦିନ ସକାଳୁ ଯୁବତୀଙ୍କ ମୃତଦେହ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିଲା । ଯୁବତୀଙ୍କ ଶବ ମିଳିବ ପରେ ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଖବରପାଇଁ ପୋଲିସ ଓ ଫରେନସିକ୍ ଟିମ ଘଟଣାସ୍ଥଳରେ ପହଂଚିଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

{"id":116010}

ମୃତ ଯୁବତୀ ହେଲେ ନାରାମାଉଁ ଗାଁର ରାକେଶ କୁମାରଙ୍କ ୧୯ ବର୍ଷ ବୟସ୍କା ଝିଅ ଅନ୍ନପୂର୍ଣ୍ଣା । ଏପ୍ରିଲ ୧୮ ତାରିଖରେ ଅନ୍ନପୂର୍ଣ୍ଣାଙ୍କ ବାହାଘର ଥିଲା । ପୁରା ପରିବାର ବାହାଘର ପ୍ରସ୍ତୁତିରେ ଲାଗିଯାଇଥିଲା । ବାହାଘରର ଠିକ ଦିନେ ପୂର୍ବରୁ ଅନ୍ନପୂର୍ଣ୍ଣାଙ୍କୁ ହତ୍ୟା କରିଦିଅ ଯାଇଥିଲା । ୧୭ ତାରିଖ ସକାଳେ ଅନ୍ନପୂର୍ଣ୍ଣାଙ୍କ ଶବ ରାସ୍ତା କଡ଼ରୁ ମିଳିଥିଲା । ତେବେ ଅନ୍ନପୂର୍ଣ୍ଣାଙ୍କୁ କିଏ ଏବଂ କାହିଁକି ହତ୍ୟା କରିଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.