Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ବନ୍ଦ ଘରେ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ପ୍ରେମ ସଂପର୍କକୁ ନେଇ ହତ୍ୟା ସନ୍ଦେହ

23/11/2020 at 1:21 PM

ନୟାଗଡ ୨୩।୧୧: ବନ୍ଦ ଘରେ ପଡିଛି ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ମୃତଦେହ ନିକଟରେ ପଡିଛି କଟୁରୀ । ନୟାଗଡ ଜିଲ୍ଲା ଗଣିଆ ଥାନା ବିଜୟନଗର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ମୃତ ଯୁବତୀ ହେଲେ ମମତା ରାଉତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମମତାଙ୍କ ଭାଇକୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ଯେ, ମମତା ରବିବାର ରାତିରେ ପରିବାରଲୋକଙ୍କ ସହ ଖାଇପିଅ ଶୋଇଥିଲେ । ସୋମବାର ସକାଳୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଖଟରେ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ବାପା ପ୍ରହ୍ଲାଦ ରାଉତ ଗଣିଆ ଥାନାରେ ଅଭିଯୋଗ କରିଥିଲେ । କେହି ଦୁର୍ବୃତ୍ତ ମମତାଙ୍କ ମୁଣ୍ଡକୁ କଟୁରୀରେ ଏକାଧିକ ଚୋଟ ପକାଇ ହତ୍ୟା କରିଥିବା ଜଣାପଡିଛି । ତେବେ ଘରର କବାଟ ରାତିରେ ଦୁଇ ପାର୍ଶ୍ବରୁ ବନ୍ଦ ଥିବା ପରିବାର ଲୋକେ କହୁଥିବା ବେଳେ କିଏ ଘରେ ପଶି ମମତାଙ୍କୁ ହତ୍ୟା କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଛି ।

ମମତାଙ୍କର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା ବୋଲି ସୂଚନା ମିଳିଛି । ତେବେ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ ବୋଲି ଶୁଣିବାକୁ ମିଳୁଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମମତାଙ୍କ ଭାଇକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

   Related Posts