Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଆକ୍ଟିଭା ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ

22/07/2020 at 3:10 PM

ସାଲେପୁର ୨୨।୭: କଟକ ଜିଲ୍ଲା ଚୌଦ୍ବାର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ଅନ୍ତର୍ଗତ ନୁଁଟିକିରି ଗାଁ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଚୌଦ୍ବାର ଚୁଡଙ୍ଗ ପୋଖରୀ ଗ୍ରାମର ବ୍ରହ୍ମାନନ୍ଦ ଦଳେଇଙ୍କ ଝିଅ ରନୀ ଦଳେଇ । ସେ ମଙ୍ଗୁଳି ଛକରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ବୁଧବାର ଦିନ ୧ଟା ବେଳେ ଉକ୍ତ କମ୍ପାନୀରୁ ତାଙ୍କ ଆକ୍ଟିଭା ଗାଡି ଯୋଗେ ଘରକୁ ଫେରୁଥିବା ବେଳେ ଚୌଦ୍ବାର ନୁଁଟିକିରିଠାରେ ଏକ ଟ୍ରକ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସେ ଗାଡିରୁ ତଳେ ପଡିଯାଇଥିଲେ ।

ପରେ ଟ୍ରକଟି ତାଙ୍କ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଯାଇଥିଲା । ଚୌଦ୍ବାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବତୀଙ୍କୁ ପିସିଆର ଯୋଗେ କଟକ ବଡ ମେଡିକାଲ ପଠାଇବା ସହ ଗାଡି ଦୁଇଟିକୁ ଜବତ କରିଛି । ତେବେ ଜାତୀୟ ରାଜପଥର ସମ୍ପ୍ରସାରଣ କାମ ମନ୍ଥର ଗତିରେ ଚାଲିଥିବାରୁ ବାରମ୍ବାର ଏହିପରି ଦୁର୍ଘଟଣା ଘଟିଆସୁଛି । ଯାହାକୁ ନେଇ ଚୌଦ୍ବାରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

   Related Posts