ଗାଧୋଇବା ବେଳେ ପୋଖରୀରେ ବୁଡି ଯୁବତୀଙ୍କ ମୃତ୍ୟୁ
14/02/2020 at 3:56 PM

ସୁବର୍ଣ୍ଣପୁର ୧୪।୨: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦାଗ୍ରାମରେ ଘଟିଛି ଅଘଟଣ । ଗାଧୋଇଯାଇଥିବା ବେଳେ ପାଣିରେ ବୁଡି ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ହେଲେ ଚରଦା ଗ୍ରାମର ପ୍ରିୟଙ୍କା ଥନାପତି । ପ୍ରିୟଙ୍କା ଗାଁରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ସେ ବୁଡିଯାଇଥିବାର ଦେଖି ସ୍ଥାନୀୟ ଲୋକମାନେ ବିନିକା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବିନିକା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରିୟଙ୍କାଙ୍କୁ ଖୋଜାଖୋଜି କରି ପାଇବା ପରେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସାପାଇଁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
Related Posts
ପ୍ରଥମେ ଦୁର୍ବ୍ୟବହାର, ପରେ କ୍ଷମା ମାଗିଲେ ଥାନା ବାବୁ
26 January 2021
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021
ନିଆଁ ଲାଗି ଜଳିଗଲା ୬ବଖରା ଘର, ୨ଟି ଗୋରୁ ଜୀବନ୍ତ ଦଗ୍ଧ
26 January 2021