ସରସ୍ବତୀ ପୂଜାରେ ଦୁଇ ଭଉଣୀଙ୍କ ସମେତ ୩ ଯୁବତୀଙ୍କୁ ଅସଦାଚରଣ, ଜଣେ ଗିରଫ

Published By : Prameya-News7 Bureau | January 31, 2020 IST

କୋଲକତା ୩୧।୧: ଦୁଇ ସଂପର୍କୀୟ ଭଉଣୀଙ୍କ ସହ ଅନ୍ୟ ଜଣେ ସାଙ୍ଗଙ୍କୁ ଅସଦାଚରଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୋଟ୍ ୬ଜଣ ମିଶି ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା । ସରସ୍ବତୀ ପୂଜା ଦିନ ସମସ୍ତେ ମିଶି ରବୀନ୍ଦ୍ର ସରୋବର ଯାଉଥିବା ବେଳେ ଏଭଳି ହୋଇଥିବା ଜଣାପଡିଛି । ଘଟଣାରେ ପୋଲିସ ଏସକେ ଫିରୋଜ ନାମକ ଯୁବକଙ୍କୁ ସଂପୃକ୍ତି ଅଭିଯୋଗରେ ଗିରଫ କରିଛି ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ରବୀନ୍ଦ୍ର ସରୋବରକୁ ଯାଇଥିବା ବେଳେ ସେଠାକୁ ଯାଇଥିବା ୬ଜଣ ମହିଳା ଏବଂ ଜଣେ ମହିଳା ସେମାନଙ୍କୁ କମେଣ୍ଟ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ପୋଷାକ ଟାଣିଦେଇଥିଲେ । ତାଙ୍କ ଭଉଣୀ ସେମାନଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ ମାରିଥିଲେ । ତାଙ୍କ ସାଙ୍ଗ ଘଟଣା ବେଳର ଭିଡିଓ ରେକର୍ଡିଂ କରିବାକୁ ଚେଷ୍ଟା କରିବାକୁ ସେମାନେ ତାଙ୍କୁ ମାଡ ମାରିଥିଲେ । ମୋବାଇଲ ମଧ୍ୟ ଛଡାଇ ନେଇ ଫିଙ୍ଗିଦେଇଥିଲେ ।

ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.