Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲରେ ଛାତ୍ରୀଙ୍କୁ ଚପରାସୀର ଦୁଷ୍କର୍ମ ଉଦ୍ୟମ ଅଭିଯୋଗ : ନା ମାନେ ନା

8/05/2018 at 9:11 AM

ଘଟଣା ଘଟିଛି ଉତ୍ତର ପ୍ରଦେଶ ଝାନସୀ ସ୍ଥିତ ପ୍ରେମ ନଗର ଅଂଚଳରେ ଥିବା ଏକ ଗାର୍ଲସ ମିସନାରୀ ସ୍କୁଲରେ | ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ଚପରାସୀ ଜଣକ ଦୁଷ୍କର୍ମ ଉଦ୍ୟମ କରିଥିବା ସାମ୍ନାକୁ ଆସିଛି | ଛାତ୍ରୀଙ୍କ କହିବା ଅନୁଯାୟୀ ଚପରାସୀ ଜଣକ ତାଙ୍କୁ କିଛି ଜିନିଷ ଦେଇ ଅଲଗା ଏକ ରୁମକୁ ପଠାଇଥିଲା ଓ ନିଜେ ମଧ୍ୟ ପଛେ ପଛେ ଯାଇ ରୁମ କବାଟ ବନ୍ଦ କରିଦେଇଥିଲା | ଛାତ୍ରୀ ଜଣକ କିଛି ବୁଝିବା ଆଗରୁ ଚପରାସୀ ଜଣକ ତାଙ୍କୁ ଆଲିଙ୍ଗନ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା | କିନ୍ତୁ ଛାତ୍ରୀ ଜଣକ ପାଟି କରିବାରୁ ଚପରାସୀ ଛାଡି ପଳାଇଥିଲା | ଭୟରେ ଛାତ୍ରୀ ଜଣକ କାହାକୁ କିଛି ନକହି ଘରକୁ ପଳାଇ ଆସିଥିଲେ | ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ ଛାତ୍ରୀ ଜଣକ | ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ | ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି |

Leave a Reply

   Related Posts