Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କେଦାରନାଥ ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିବା ଝିଅ ୫ ବର୍ଷ ପରେ ଫେରିଲେ ଘରକୁ

26/12/2018 at 1:57 PM

ଅଲିଗଡ଼ ୨୬/୧୨ : ପରୀ ଦୁନିଆର ଗପ ହେଲା ସତ | ୫ ବର୍ଷ ପରେ ହଜି ଯାଇଥିବା ଝିଅ ଘରକୁ ଫେରିଛି | ୨୦୧୩ ମସିହାରେ ଉତ୍ତରାଖଣ୍ଡରେ ଆସିଥିଲା ପ୍ରଳୟଙ୍କରୀ ବନ୍ୟା | ନିମିଷକେ ବନ୍ୟା ସବୁ ଛାରଖାର କରିଦେଲା | ସେହି ବନ୍ୟାରେ ୧୭ ବର୍ଷ ବୟସ୍କା ଦିବ୍ୟାଙ୍ଗ ଝିଅ ନିଜ ପରିବାରଠୁ ଅଲଗା ହୋଇଯାଇଥିଲେ | ବନ୍ୟା ଝିଅକୁ ଭସେଇ ନେଇଥିଲା | ବନ୍ୟା ପରେ ପରିବାର ଝିଅକୁ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ | ଶେଷରେ ବାପା ମା ଭାବିଲେ ପ୍ରଳୟଙ୍କରୀ ବନ୍ୟା ଝିଅକୁ ଭସାଇ ନେଲା | ଝିଅ ହଜିବାର ୫ବର୍ଷ ପରେ ଅଚାନକ ଆଲିଗଡଠାରେ ପରିବାର ଝିଅକୁ ପାଇଥିଲେ |


ନାତୁଣୀ ଚଞ୍ଚଲକୁ ୫ ବର୍ଷ ପରେ ଅଜା ଆଇ ପାଇବା ପରେ ଏହାକୁ ଭଗବାନଙ୍କ ଚମତ୍କାର ବୋଲି କହିଛନ୍ତି | ନାତୁଣୀକୁ ପାଇ ପରିବାର ବହୁତ ଖୁସି | ଚଞ୍ଚଲଙ୍କ ଘର ବଣ୍ଣଦେବୀ ଠାରେ | ୨୦୧୩ ମସିହାରେ ଚଞ୍ଚଲ ନିଜ ପରିବାର ସହ କେଦାରନାଥ ଦର୍ଶନ ପାଇଁ ଯାଇଥିଲେ | ଅଚାନକ କେଦାରନାଥରେ ଅଚାନକ ଆସିଥିଲା ପ୍ରଳୟଙ୍କରୀ ବନ୍ୟା | ୪୫୦୦ ଗାଁ ସେହି ବନ୍ୟାରେ ପ୍ରଭାବିତ ହୋଇଥିଲେ | ବନ୍ୟାରେ ସମୁଦାୟ ୫୭୪୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା | ସେ ବନ୍ୟାରେ ଭାସିଯାଇଥିଲେ ଚଞ୍ଚଲଙ୍କ ବାପା | ମା କିଛି ଦିନ ପରେ ଘରକୁ ଫେରିଥିଲେ | ଚଞ୍ଚଲଙ୍କ ଅଜା ଏନେଇ ସୂଚନା ଦେଇଛନ୍ତି |


ଚଞ୍ଚଲଙ୍କ ବୟସ ସେତେବେଳେ ଥିଲା ୧୨ ବର୍ଷ | ବନ୍ୟାରେ ତାଙ୍କୁ ସୁରକ୍ଷାକର୍ମୀ ରକ୍ଷା କରିଥିଲେ ସତ କିନ୍ତୁ ଚଞ୍ଚଲ ନିଜ ଘର ଠିକଣା ତାଙ୍କୁ କହିପାରିନଥିଲେ | ଯାହାଫଳରେ ସୁରକ୍ଷାକର୍ମୀ ତାଙ୍କୁ କାଶ୍ମୀରର ଏକ ଅନାଥ ଆଶ୍ରମରେ ଚଡି ଦେଇଥିଲେ | ଅନାଥ ଆଶ୍ରମର ସଂଚାଳକ ଜାଣିବାକୁ ପାଇଲେ ଯେ, ଚଞ୍ଚଲ ଆଲିଗଡ ସହର ବିଷୟରେ କିଛି କହିବା ପାଇଁ ଚାହୁଁଚି | ଏହାପରେ ସେମାନେ ଆଲିଗଡର ବିଧାୟକ ସଂଜୀବ ରାଜାଙ୍କୁ ସମ୍ପର୍କ କରିଥିଲେ | ଏହାପରେ ବିଧାୟକଙ୍କ ସହାୟତାରେ ଅନାଥ ଆଶ୍ରମ ସଂଚାଳକ ଚଞ୍ଚଲଙ୍କ ପରିବାରକୁ ଖୋଜିବାରେ ସକ୍ଷମ ହୋଇଥିଲେ |


ଅନାଥ ଆଶ୍ରମ ଏବଂ ପୋଲିସ ଚଞ୍ଚଲଙ୍କୁ ଆଣି ତାଙ୍କ ଘର ଲୋକଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିଥିଲେ | ଚଞ୍ଚଲ ନିଜ ମା, ଅଜା, ଆଇଙ୍କୁ ପାଇ ବହୁତ ଖୁସି ହୋଇଥିଲେ | କିନ୍ତୁ ବାପାଙ୍କୁ ନପାଇ ଭାଙ୍ଗି ପଡ଼ିଥିଲେ | ଚଞ୍ଚଲ ବାପାଙ୍କୁ ବହୁତ ମାନେ ପକାଉଛନ୍ତି | ଜୁନ ୧୬ ତାରିଖରେ ଶେଷ ଥର ପାଇଁ ବଗଞ୍ଚଳ ନିଜ ବାପାଙ୍କୁ ଦେଖିଥିଲେ |

   Related Posts