ବସରେ ଯୁବତୀଙ୍କୁ କଣ୍ଡକ୍ଟରଙ୍କ ଅସଦାଚରଣ

Published By : Prameya-News7 Bureau | June 12, 2018 IST

ଗତକାଲି ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରୁ ବସରେ ବସିଥିଲେ ଅଭିଯୋଗକାରିଣୀ | ବସରେ କେହି ନଥିବାର ସୁଯୋଗ ନେଇ କଣ୍ଡକ୍ଟର ଯୁବତୀଙ୍କ ସହ ଅସଦାଚରଣ କରିଥିଲେ | ଯୁବତୀ ଚିତ୍କାର କରିବାରୁ କଣ୍ଡକ୍ଟର ଛାଡ଼ିଦେବା ସହ ପଳାଇଯିବାକୁ କହିଥିଲେ | କଣ୍ଡକ୍ଟର ଯୁବତୀଙ୍କୁ କେନ୍ଦୁଝରରେ ନ ଓହ୍ଲାଇ ଜୋର ଜବରଦସ୍ତି ନାରଣପୁରରେ ଓହ୍ଲାଇଥିଲେ | ରାତିରେ ଯୁବତୀ ଜଣକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପୋଲିସ ଅଭିଯୁକ୍ତ କଣ୍ଡକ୍ଟରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବସକୁ ଥାନାରେ ଅଟକ ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.