ଯୁବତୀଙ୍କ ମୁହଁକୁ ବାନ୍ଧି ଅସଦାଚରଣ : ମାମଲା ନକରିବାକୁ ପୀଡିତା ପରିବାରକୁ ଧମକ

Published By : Prameya-News7 Bureau | June 03, 2019 IST

ସୋର ୩/୬ : ଯୁବତୀ ଦୋକାନକୁ ଯାଇଥବାବେଳେ ଜଣେ ଯୁବକ ବଳପୂର୍ବକ ନେଇ ଯୁବତୀଙ୍କ ମୁହଁକୁ କପଡାରେ ବାନ୍ଧି ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ପୀଡିତା ପରିବାରକୁ ମାମଲା ନକରିବାକୁ ଧମକ ଧମକ ଦେଇଥିଲା ଅଭିଯୁକ୍ତ ।

ଘଟଣା ଘଟିଛି ସୋର ଅଞ୍ଚଳରେ । ଜଣେ ଯୁବତୀ ଘର ଲୋକଙ୍କ ପାଇଁ ପାନ ନେବାକୁ ଦୋକାନକୁ ଆସିଥିବାବେଳେ ସିମୁଳିଆ ଗ୍ରାମର ଯୁବକ ବୁଲା ପୁହାଣ ଯୁବତୀକୁ ବଳ ପୂର୍ବକ ଟେକି ନେଇଥିଲା ଏବଂ ମୁହଁରେ କପଡା ବାନ୍ଧି ଅସଦାଚରଣ କରିଥିବା ସୋର ଥାନାରେ ଅଭିଯୋଗ ହୋଇଛି । ଦୀର୍ଘ ବର୍ଷଧରି ଯୁବତୀ ମାମୁଁ ଘରେ ରହୁଥିଲେ । ଘଟଣା ଦିନ ଦୋକାନକୁ ପାନ ଆଣିବାକୁ ଯାଇ ଫେରିବାରେ ଡେରୀ ହେବାରୁ ଆଇମା ଖୋଜିବାକୁ ଯାଇ ଯବୁତୀକୁ ଉଦ୍ଧାର କରିଥିଲେ ।

ସୋର ପୁଲିସ ଅଭିଯୋଗକ୍ରମେ କେସ ନଂ ୨୫୦/୧୯ ରେ ଦଫା ୩୭୬, ୩୪୧ ଓ ୪୨, ୩୨୩, ୫୦୬, ୩୫୪ ଓ ୩୪  ଲଗାଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ବୁଲା ପୁହାଣର ଦାଦା ପୁଅ ଭାଇ ପିଡିତା ପରିବାରକୁ ମାମଲା ରୁଜୁ ନକରିବାକୁ ଧମକ ଦେଇଥିବାର ପୀଡିତା ପରିବାର ଥାନାରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.