Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ନିଆରା ପ୍ରେମ କାହାଣୀର ସୁଖଦ ପରିଣତି, ଏକାଠି ହେଲେ ପପ୍ରେମୀ ଯୁଗଳ: ସରକାରୀ ବାବୁ କରାଇଲେ ବାହାଘର, ଜାଣନ୍ତୁ ପୂରା କାହାଣୀ

13/03/2019 at 7:03 PM

ବଲାଙ୍ଗୀର ୧୩|୩ (ଚିନ୍ମୟ ମିଶ୍ର) : ଏମିତି ବି ହୁଏ ବାହାଘର। ବଲାଙ୍ଗୀର ସ୍ବଧାର ଗୃହରେ ହୋଇଛି ଦୁଇ ପ୍ରେମି ଯୁଗଳଙ୍କ ବାହାଘର ତାହା ମଧ୍ୟ ଜିଲ୍ଲା ପ୍ରଶାସନ କରିଛି ଦୁଇ ପ୍ରେମି ଯୁଗଳଙ୍କୁ ଏକ। ପରିବାରର ବାରଣ ଯୋଗୁଁ ପ୍ରଥମେ ପ୍ରେମି ଯୁଗଳ ଘରୁ ଚାଲିଯାଇଥିବା ବେଳେ ପରେ ପରିବାର ଲୋକଙ୍କ ଅଭିଯୋଗରେ ବର ଜେଲ ଯାଇଥିଲା ଓ ଜେଲରୁ ଫେରିବା ପରେ ଝିଅ ପ୍ରାପ୍ତ ବୟସ୍କା ହେବାରୁ ବିବାହ କଲା ପ୍ରେମିକ । ଏଭଳି ଏକ ନିଆରା ବାହାଘର ପାଇଁ ଏବେ ଚର୍ଚ୍ଚାରେ ବଲାଙ୍ଗୀର ସ୍ବଧାର ଗୃହ।

କନ୍ୟା ବେସରେ ସଜେଇ ହେଉଛି ଝିଅ। ମନରେ ରହିଛି ଢେର ଖୁସି। କାରଣ ନିଜ ପ୍ରେମକୁ ପାଇବ ପ୍ରେମିକା ଦିର୍ଘ ୪ ବର୍ଷ ପରେ। ତାହା ମଧ୍ୟ ପରିବାରଠାରୁ ଆରମ୍ଭ କରି ବିଭିନ୍ନ ବାଧାବିଘ୍ନକୁ ଅତିକ୍ରମ କରି। ସେଥିପାଇଁ ବେଶ ଉତ୍ସହ। ଅନ୍ୟ ପଟେ ଡିଜେ ବାଜାରେ ଝୁମୁଛନ୍ତି ବରଯାତ୍ରୀ । ବର ବେଶରେ ସଜେଇ ହୋଇ ଗାଡିରେ ନିଜ ପ୍ରେମିକାକୁ ପାଇବା ପାଇଁ ଆସୁଛି ବର। ଆପଣ ଭାବୁଥିବେ କେଉଁ ପ୍ରେମ କାହାଣି କହିବାରେ ଲାଗିଣେଣି ନ୍ୟୁଜବାଲା। ହେଲେ ଏହା ସତ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସ୍ବଧାର ଗୃହରେ।

ଦିର୍ଘ ୪ ବର୍ଷ ଧରି ପ୍ରମି ଯୁଗଳ ଅଲଗା ହୋଇଥିବା ପରେ ଏକ ହୋଇଛନ୍ତି ବିବାହ ଡୋରିରେ ବାନ୍ଧି ହୋଇ। ବଲାଙ୍ଗୀର ପୁଇଁନ୍ତଳା ବ୍ଲକର ଅଙ୍କରିଆ ପଦର ଗାଁର ମିତା କୁମ୍ଭାର ଓ ଚମରୁ କଅଁର । ଦୀର୍ଘ ୪ ବର୍ଷ ଧରି ଭଲ ପାଇବା ପରେ ପରିବାର ଲୋକ ଓ ସାମାଜିକ ବାସନ୍ଦରୁ ଘର ଛାଡି ପଳାଇଥିଲେ। ପରେ ଝିଅ ପରିବାର ଲୋକ ସଦର ଥାନାରେ ଏତଲା ଦେବା ପରେ ଦୁହିଁଙ୍କୁ ହେବାକୁ ପଡିଥିଲା ଅଲଗା। ହେଲେ ଝିଅକୁ ଗ୍ରହଣ କରିନଥିଲେ ପରିବାର ଲୋକ ଶେଷରେ ସ୍ବଧାରର ଆଶ୍ରୟ ନେଇ ରହିଥିଲେ ମିତା।

୨୦୧୬ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ମିତା ଓ ଚମରୁ ଘର ଛାଡି ଚାଲିଯାଇଥିଲେ। ପୁଇଁନ୍ତଳା ତାଙ୍କ ଅଙ୍କରିଆ ପଦର ଗାଁ ରୁ । ସେଠାରୁ ହୀରାକୁଦ ଯାଇ ଖ୍ରୀଷ୍ଟିଆନ ପଡାରେ  ଦୀର୍ଘ ଦେଢ ବର୍ଷ ରହିଲେ। ପରେ  ମିତା ପରିବାର ଲୋକ ସଦର ଥାନାରେ ଏତଲା ଦେବା ପରେ ବଲାଙ୍ଗୀର ଫେରିଥିଲେ ପ୍ରେମି ଯୁଗଳ । ଏନେଇ ଦୁହିଁ ଙ୍କୁ ଅଲଗା କରିବା ସହ ମିତା ନାବାଳିକା ଥିବାରୁ ବିବାହ କରିପାରିନଥିଲା ଚମରୁ ।ଚମରକୁ  ମଧ୍ୟ ଏହି ମାମଲାରେ ଜେଲ ପଠାଇଥିଲେ ପରିବାର ଲୋକ। ତା ସହ ମିତାକୁ ମଧ୍ୟ ଗ୍ରହଣ ନ କରିବାରୁ ତାକୁ ସ୍ବାଧାର ଗୃହରେ ରଖାଯାଇଥିଲା।

ତେବେ ମିତା ସାବାଳିକା ହେବା ପରେ ଚମରୁ ମଧ୍ୟ ଜେଲରୁ ଆସିଥିଲା ଓ ଦୁହିଁଙ୍କ ସହମତି ନେଇଥିଲା ଜିଲ୍ଲା ପ୍ରଶାସନ ଓ ସ୍ବାଧାର ଗୃହ। ଏନେଇ ଦୁହେଁ ରାଜି ହେବା ପରେ କରାଯାଇଛି ବାହାଘର। ଜିଲ୍ଲା ପ୍ରଶାସନ ଚାଇଲ୍ଡ ଲାଇନ ବିଭାଗ ଓ ଡିଏସଡବ୍ଲୁ କରିଥିଲା ବିବାହର ଆୟୋଜନ ।  ବେଶ ଧୁମଧାମରେ ମିତା ଓ ଚମରୁଙ୍କ ବାହାଘର ସମ୍ପନ୍ନ କରାଯାଇଛି । ଯାହାକୁ ନେଇ ବେଶ ଚର୍ଚ୍ଚା ଧରିଛି ବଲାଙ୍ଗୀର ସହରରେ।

 ସମାଜ ଓ ପରିବାରର ବିରୋଧରୁ ଅଲଗା ହୋଇଥିବା ଦୁଇ ପ୍ରେମି ଜୁଗଳଙ୍କୁ ମିଳିଛି ନୂଆ ସମାଜ। ସ୍ବାଧାର ଗୃହ ଓ ଜିଲ୍ଲା ପ୍ରଶାସନ ର ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଛଟିଛି ପ୍ରସଂଶାର ସୁଅ।

   Related Posts