Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଅଦ୍ଭୂତ ରେକର୍ଡ: ୧୦ ବର୍ଷ ବୟସର ଝିଅ ସାନଭି ଘଣ୍ଟାକରେ ରାନ୍ଧିଲା ୩୩ ପ୍ରକାର ରାନ୍ଧଣା

13/10/2020 at 3:28 PM

କୋଚି ୧୩/୧୦: ଦଶ ବର୍ଷ ବୟସର କୁନି ଝିଅ ଘଣ୍ଟାକରେ ରାନ୍ଧିଛି ୩୩ ପ୍ରକାର ରୋଷେଇ। ଏ କଥା ବିଶ୍ବାସ ହେଉ ନ ଥିଲେ ମଧ୍ୟ ଏକଦମ ସତ କଥା। ମାତ୍ର ଘଣ୍ଟାକରେ ସେ ଉତପମ, ଫ୍ରାଏଡ ରାଇସ ଓ ଚିକେନ୍ ରୋଷ୍ଟ ଭଳି ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଛି। କେବଳ ରେକର୍ଡ ବୁକରେ ସ୍ଥାନ ପାଇବା ପାଇଁ ପିଲାଟିର ଏଭଳି ପ୍ରଚେଷ୍ଟା।

ଏଭଳି କାରନାମା କରି ଦେଖାଇଛନ୍ତି ଏର୍ଣ୍ଣାକୁଲମର ସାନଭି ଏମ ପ୍ରଜିତ। ତାଙ୍କ ବାପା ପ୍ରଜିତ ବାବୁ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଛନ୍ତି । ତେବେ ସେ ଏ ପାଇଁ ଏସିଆ ବୁକ ରେକର୍ଡ ଓ ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଛନ୍ତି।  କୁନି ପିଲା ଅଳ୍ପ ସମୟ ମଧ୍ୟରେ ଅଧିକାଂଶ ରୋଷେଇ କରିଥିବା ବର୍ଗରେ ତାଙ୍କ ରେକର୍ଡ ସ୍ଥାନ ପାଇଛି।  

ସାନଭି ଇଡଲି, ଓ୍ବାଫେଲ, କଣ୍ର୍ଣ ଫିଟର୍ସ, ମସରୁମ, ଟିକା, ଉତପମ, ପନିର ଟିକା, ଏଗ୍ ବୁଲସ ଆଇ, ସ୍ୟାଣ୍ଡଓ୍ବିଚ୍, ପାପଡି ଚାଟ, ଫ୍ରାଏଡ୍ ରାଇସ, ଚିକେନ ରୋଷ୍ଟ, ପାନକେକ, ଅପାମ ଭଳି ୩୩ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି।

ଅଗଷ୍ଟ ୨୯ରେ ସେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ତେବେ ଏସିଆ ବୁକ୍ ଅଫ୍ ରେକର୍ଡ ଅଥୋରିଟି ବିଶାଖାପାଟନମରେ ଅନୁଷ୍ଠିତ ହୋଇଥିବା ଏହି କୁକରି କାର୍ଯ୍ୟକ୍ରମକୁ ଅନଲାଇନରେ ଦେଖିଥିଲେ। ସାନଭି ତାଙ୍କ ସଫଳତାର ଶ୍ରେୟ ପରିବାର ଲୋକ, ସାଙ୍ଗ ସାଥୀ ଓ ଶୁଭେଚ୍ଛଙ୍କୁ ଦେଇଛନ୍ତି। ତେବେ ରୋଷେଇ ପାଇଁ ସେ ତାଙ୍କ ମାଆ ମନଜିମାଙ୍କ ଠାରୁ ପ୍ରେରଣା ପାଇଛନ୍ତି। ତାଙ୍କ ମା ମଧ୍ୟ ଜଣେ ଷ୍ଟାର ସେଫ୍ ତଥା ଏକ ରିଅଲିଟି ଶୋ’ର ଫିନାଲିଷ୍ଟ।

 ଏହା ବାଦ୍ ସାନଭି ଛୋଟପିଲାଙ୍କ କୁକରି ଶୋ’ରେ ଭାଗ ନେଇଥାନ୍ତି। କେବଳ ଏତିକି ନୁହେଁ ସାନଭିଙ୍କର ଏକ ୟୁଟ୍ୟୁବ ଚାନେଲ ଅଛି। ଯେଉଁଥିରେ ଶୋ’ ସିମ୍ପଲ ଓ ସ୍ବାଦିଷ୍ଟ ରୋଷେଇ ଦେଖାଇ ଥାନ୍ତି।

   Related Posts