Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ପ୍ରେମ ପାଇଁ ଯୁବତୀ ଛାଡିଲେ ପାକିସ୍ତାନ, ଆସିଲେ ହିନ୍ଦୁସ୍ତାନ…

27/11/2019 at 3:59 PM

ପ୍ରେମ ପାଇଁ ମଣିଷ ସବୁକିଛି କରିପାରେ। ପ୍ରକୃତ ପ୍ରେମର କୌଣସି ସୀମା ସରହଦ ନଥାଏ। ଏଥିଲାଗି ଆବଶ୍ୟକ ପଡିଲେ ପ୍ରେମିକ ହୁଅନ୍ତୁ ବା ପ୍ରେମିକ ସମସ୍ତ ସୀମୀ ଉଲ୍ଲଂଘନ କରିଥାନ୍ତି।  ଠିକ୍‌ ଏହିପରି ଘଟଣା ଘଟିଛି ପାକିସ୍ତାନ  କରାଚିରେ ରହୁଥିବା ଜନୈକା  ଯୁବତୀଙ୍କ ସହ।  ଭାରତର ମୁମ୍ବାଇରେ ରହୁଥିବା ଜଣେ ଯୁବକଙ୍କ ପ୍ରେମରେ ପଡିଯାଇଥିଲେ ଏହି ଯୁବତୀ।   ଉଭୟଙ୍କ ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଯୁବତୀ  ନିଜେ ନିଜ ପ୍ରେମ କାହାଣୀ ବଖାଣିଛନ୍ତି । ତେବେ ଆସନ୍ତୁ ଜାଣିବା ସେ କିପରି ଭାରତୀୟ ଯୁବକଙ୍କ ପ୍ରେମରେ ପଡିଲେ ଓ ଭାରତକୁ ଆସିଲେ । 

ନିଜ ପୋଷ୍ଟରେ ପାକିସ୍ତାନୀ ଯୁବତୀ ସାରାହ ପ୍ରେମ ଲାଗି ତାଙ୍କ ଜୀବନ ସଂଘର୍ଷ ବଖାଣିଛନ୍ତି।   ସେ ନିଜ ଜୀବନସାଥୀ ମୁସ୍ତଫା ଦାଉଦଙ୍କୁ ବିବାହ କରିଛନ୍ତି। ବିବାହ ପରେ ସେ ଏବେ ମୁମ୍ବାଇରେ ଆସି ରହୁଛନ୍ତି। ହେଲେ ବିବାହ ଲାଗି ଉଭୟଙ୍କୁ ଅନେକ କଷ୍ଟ  ସ୍ବୀକାର କରିବାକୁ ପଡିଥିଲା। ସେମାନଙ୍କ ବିବାହରେ କାହାର ସହଯୋଗ ମିଳିନଥିଲା। ଏପରିକି ଚାକିରୀ ଚାଲିଯିବା ପରେ ବି ସେମାନଙ୍କୁ କେହି ସହାୟତା ମଧ୍ୟ କରିନଥିଲେ। ଏହା ସତ୍ତ୍ବେ ସେମାନେ ଜୀବନ ସଂଘର୍ଷ କରି ଏଥିରେ କିପରି ଜିତିଛନ୍ତି ତାହାହିଁ ପୁରା ପୋଷ୍ଟରେ ଉଲ୍ଲେଖ କରିଛନ୍ତି ସାରାହ।

ବିବାହ କରିବାକୁ ପାକିସ୍ତାନରୁ ଭାରତ ଚାଲିଆସିବା ପରେ କିପରି  ଘଣ୍ଟା ଘଣ୍ଟା ଧରି ସେମାନଙ୍କର କଷ୍ଟମ ଓ ସିକ୍ୟୁରିଟି ଯାଞ୍ଚ କରାଯାଇଥିଲା ତାହା ସାରାହ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବିବାହର ଦୁଇ ମାସ ପରେ ସ୍ବାମୀ ମୁସ୍ତାଫାଙ୍କ ସହ ସାରାହ ମୁମ୍ବାଇ ସିଫ୍ଟ ହୋଇଥିଲେ। ସେତେବେଳେ ମୁସ୍ତଫାଙ୍କ ଚାକିରୀ ଚାଲିଯାଇଥିଲା। ଉଭୟଙ୍କ ବିବାହ ପାଇଁ କେହି ତାଙ୍କ ସାହାଯ୍ୟ କରିନଥିଲେ। ମୁସ୍ତାଫା ଓ ସାରାହଙ୍କ ଜୀବନ ଅଚାନକ ବଦଳିଯାଇଥିଲା।

ଉଭୟ ଚାକିରୀ ଖୋଜିବାକୁ ଲାଗିଲେ। ଅନେକ ଚେଷ୍ଟା ପରେ ମଧ୍ୟ ସେମାନଙ୍କୁ ଚାକିରୀ ମିଳିପାରିନଥିଲା। ଏଣୁ ସାରାହ ଅବସାଦରେ ରହୁଥିଲେ। ଏ ନେଇ ସାରାହ ତାଙ୍କ ଘର ଲୋକଙ୍କୁ ମଧ୍ୟ ଜଣାଇ ପାରିନଥିଲେ। ଏପରିକି ଦିନକୁ ଦୁଇ ଓଳା ପୁରା ପେଟ ଖାଇବା ଲାଗି ବି ସେମାନଙ୍କ ନିକଟରେ ପଇସାଟିଏ ନଥିଲା। ପ୍ରତିଦିନ ରାତିରେ ଚାଲିବା ପାଇଁ ବାହାରୁଥିଲେ ଓ ଗୋଟେ ଆଇସକ୍ରିମ୍‌ ଖାଇ ଦୁଇଜଣ ରହୁଥିଲେ।

ସାରାହ ସେତେବେଳେ ନିଷ୍ପତ୍ତି ନେଇଥିଲେ ଯେ, ଏବେ ମୁସ୍ତଫା ତାଙ୍କ ଜୀବନ ଓ ସେ ଯାହା କରିବେ ମିଳିମିଶି କରିବେ। ପାକିସ୍ତାନରେ ସାରାହ ମେକଅପ୍‌ ଆର୍ଟିଷ୍ଟ ଭାବେ କାମ କରୁଥିଲେ। ସେ ଭାବିଲେ  ଏହି କାମ ଭାରତରେବି କରିହେବ। ଏଥିପାଇଁ ମୁସ୍ତଫା ମାର୍କେଟିଙ୍ଗ  କାମ କଲେ ଯେଉଁଥିରେ ତାଙ୍କୁ ଭଲ ଭଲ କ୍ଲାଏଣ୍ଟ ମିଳିବାକୁ ଲାଗିଲେ ।

ଏବେ ସାରାହ ମେକଅପ ଆର୍ଟିଷ୍ଟ ଭାବେ  କାମ କରୁଛନ୍ତି ଓ ମୁସ୍ତଫା ବ୍ୟବସାୟରେ ତାଙ୍କୁ ସାହାଯ୍ୟ କରୁଛନ୍ତି। ଉଭୟ ବେଶ ଦୁଇ ପଇସା ବି ଆୟ କରିପାରୁଥିବା ବେଳେ ଭଲରେ ଚଳୁଛନ୍ତି। ସାରାହଙ୍କ ଏହି ସଂଘର୍ଷ କାହାଣୀ ସୋସିଆଲ ମିଡିଆରେ ଅନେକ ଲୋକ ସେୟାର କରୁଛନ୍ତି। ସାରା ଏହି ପୋଷ୍ଟ କରିବା ପରେ ଅନେକ ଲୋକ ତାଙ୍କ କାହାଣୀକୁ ପସନ୍ଦ କରିଛନ୍ତି।

   Related Posts