ପ୍ରବଳ ବର୍ଷାରେ ରାଜଧାନୀ ରାଜରାସ୍ତାରେ ପଡି ରହିଥିଲେ ଯୁବତୀ : ଜାଣନ୍ତୁ କାରଣ କଣ ଆଉ କଣ ହେଲା ତାଙ୍କ ସହ

Published By : Prameya-News7 Bureau | October 12, 2018 IST

ଭୁବନେଶ୍ବର୧୨|୧୦: ରାଜଧାନୀରେ ଆଜି ବର୍ଷାର ପ୍ରକୋପ ବେଶ୍ ଅଧିକ ଥିଲା । ଠିକ୍ ଏତିକି ବେଳେ ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ ।  ପ୍ରବଳ ବର୍ଷାରେ ଜଣେ ଯୁବତୀ ରାସ୍ତା ଉପରେ ପଡ଼ି ରହିଥିଲେ । ତେବେ କାହିଁକି ଯୁବତୀ ଜଣକ ଏତେ ବର୍ଷାରେ ରାସ୍ତାରେ ପଡ଼ି ରହିଥିଲେ, ଆସନ୍ତୁ ଜାଣିବା । ପ୍ରବଳ ବର୍ଷା । ଘରୁ ବାହାରିବା ମୁସ୍କିଲ । ଠିକ୍ ଏତିକିବେଳେ ରାଜଧାନୀର ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ପ୍ରବଳ ବର୍ଷାରେ ଜଣେ ଯୁବତୀ ରାସ୍ତା ଉପରେ ପଡ଼ି ରହିଥିଲେ । ଆଉ ତାଙ୍କୁ ଉଠାଇବାକୁ ନାକେଦମ ହୋଇଥିଲା ପୋଲିସ । ଘଟଣା ବୁଝିବାରୁ ଜଣାପଡ଼ିଥିଲା କି, ୟେ ହେଉଛନ୍ତି ପାର୍ବତୀ ମାଝୀ । କୋରାପୁଟ ଲମତାପୁଟର ୨ ଭଉଣୀ ପାର୍ବତୀ ମାଝୀ ଓ ଦଇମତି ମାଝୀ ଗଲା ବର୍ଷେ ହେଲା ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ପିତା-ମାତାଙ୍କ ଦେହାନ୍ତ ପରେ କିଛି ଅସମାଜିକ ବ୍ୟକ୍ତି ସେମାନଙ୍କ ସମ୍ପତ୍ତି ହଡ଼ପ କରି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ହେଲେ ତାଙ୍କ ଦୁଃଖ କାହାରି କାନକୁ ଶୁଭୁନି । ଶୀତ-କାକର ହେଉକି ଝଡ଼ ତୋଫାନ, ନ୍ୟାୟ ଆଶାରେ ସେମାନେ ରାଜରାସ୍ତାରେ ପଡ଼ି ରହୁଛନ୍ତି । ତେବେ ଲୋୟର ପିଏମଜିରେ ଧାରଣାରେ ଥିବା ବେଳେ କେହି ଦୁର୍ବୃତ୍ତ କାଲି ରାତିରେ ସେମାନଙ୍କ ସବୁ ଜିନିଷପତ୍ର ଚୋରି କରି ନେଇଛି । ଯେଉଁଥିରେ ଅନେକ ଜରୁରୀ କାଗଜପତ୍ର ଥିଲା । ସକାଳୁ ଥାନାରେ ଏଫଆଇଆର ବି ଦେଇଛନ୍ତି ।  ପୋଲିସ ଏ ସଂପର୍କରେ ତତ୍ପରତା ପ୍ରକାଶ କରୁ ବୋଲି  ଦାବି କରି ସେ ରାସ୍ତା ମଝିରେ ବର୍ଷାରେ ସେମିତି ବସି ରହିଥିଲେ । କିଛି ଘଣ୍ଟା ପରେ ତାଙ୍କ ଶରୀର କୋଲାପ୍ସ ହୋଇ ଯାଇଥିଲା । ତେବେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ହସ୍ତକ୍ଷେପ ପରେ  ତାଙ୍କୁ ସେଠାରୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ। ଏହା ସହ ତାଙ୍କ ଜିନିଷ ଚୋରିର ତଦନ୍ତ କରାଯାଉଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.