Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବାପାକୁ ପିଟି ପିଟି ମାରିଦେଲା ୧୬ ବର୍ଷର ଝିଅ, ମା’ ଉପରେ ମଦ୍ୟପ ବାପର ଅତ୍ୟାଚାର ସହିପାରିଲାନି…

22/10/2020 at 7:54 PM

ଭୋପାଳ ୨୨/୧୦: ମା’ କେବଳ ଗୋଟିଏ ଶବ୍ଦ ନୁ​‌ହେଁ  ଆବେଗ। ମା’କୁ କେହି ଦୁର୍ବ୍ୟବହାର କଲେ ଜଣେ ପିଲା ପକ୍ଷେ  ସହ୍ୟ କରିବା ଅସମ୍ଭବ ହୋଇପଡ଼େ।  ତେବେ ଦୁର୍ବ୍ୟବହାରକାରୀ ନିଜର ହେଉ ନା କାହିଁକି ତାକୁ ବି ଜବାବ ଦେବାକୁ ପଛାଏନି ମା’ର ଗେହ୍ଲା ସନ୍ତାନ। ଠିକ୍‌ ସେହିଭଳି ଏକ ଘଟଣା ଘଟିଛି ଭୋପାଳରେ। ମା’କୁ ଦୁର୍ବ୍ୟହାର କରିବା ସହ ମାଡ଼ ମାରିବାରୁ  ନିଜ ବାପାକୁ ପିଟି ପିଟି ହତ୍ୟା କରିଦେଲା ୧୬ ବର୍ଷର ଝିଅ।  

ସବୁଦିନ ପରି ସେଦିନ ମଦ  ପିଇ ନିଜ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ୪୫ ବର୍ଷୀୟ ବ୍ୟକ୍ତି। କିନ୍ତୁ ଏଥର ତାଙ୍କର ୧୬ ବର୍ଷୀୟା ଝିଅ ମା’ ପ୍ରତି ହେଉଥିବା ଦୁର୍ବ୍ୟହାରକୁ ସହ୍ୟ କରିପାରିନଥିଲା। ବାସ୍‌ କପଡ଼ା ସଫା କରିବା ବ୍ୟାଟ୍‌ରେ ବାପାର ମୁଣ୍ଡକୁ ଲଗାତର ପ୍ରହାର କରିଚାଲିଲା। କେହି କିଛି ବୁଝିବା ଆଗରୁ ଘଟଣାସ୍ଥଳରେ ହିଁ ଟଳିପଡ଼ିଲେ ଝିଅର ବାପା। ବାପାଙ୍କ ହତ୍ୟା କରିବା ପରେ ନିଜେ ୧୦୦ ନମ୍ବରରେ ଡାଏଲ୍‌ କରି ପୋଲିସ୍‌ ଡାକିବା​‌ ସହ ନିଜର ଦୋଷ  ସ୍ବୀକାର କରିଥିଲା ନାବାଳିକା।

ନାବାଳିକାକୁ ଗିରଫ କରିବା ସହ ଜୁଭେନାଇଲ୍‌ ହାଜତକୁ ପଠାଇଛି ବେରସିଆ ପୋଲିସ୍‌। ପୋଲିସ ଅନୁସାରେ ମୃତ ବ୍ୟକ୍ତି ଜଣଙ୍କ କିଛି ରୋଜଗାର କରୁନଥିବା ବେଳେ ତାଙ୍କ ବଡ଼ପୁଅର ରୋଜଗାରରେ ଚଳୁଥିଲେ। ଏପରିକି ବଡ଼ପୁଅ ରୋଜଗାରରେ ଘରେ ଚୁଲି ଜଳୁଥିଲା। କିନ୍ତୁ ବ୍ୟକ୍ତିଜଣଙ୍କ ମଦ୍ୟ ପାନ କରି ପ୍ରତିଦିନ ଘରେ ଝଗଡ଼ା କରୁଥିଲେ ।

 ଘଟଣା ଦିନ ରାତିରେ ବଡ଼ପୁଅ ବାହାଘର କଥା ପଡ଼ିଥିବା ବେଳେ ଚିରାଚରିତ ଢ଼ଙ୍ଗରେ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା କରିବା ସହ ମାଡ଼ ମାରିଥିଲେ। ପାଖରେ ଥିଲା ୧୬ ବର୍ଷୀୟା ଝିଅ। ଏଥର କିନ୍ତୁ ଝିଅର କ୍ରୋଧ ସୀମା ଟପିଥିଲା। ପାଖରେ ଥିବା ବ୍ୟାଟକୁ ଧରି ବାପାର ମୁଣ୍ଡକୁ ପିଟି ପିଟି ହତ୍ୟା କରିଦେଲା। ପରେ ପୋଲିସକୁ ଡାକି ନିଜ ଦୋଷ ସ୍ବୀକାର କରିଥିଲା ବୋଲି ପୋଲିସ କହିଛି।  

   Related Posts