ପ୍ରେମରେ ଅନ୍ଧ ହୋଇ ଘଟାଇଲେ ବୀଭତ୍ସ କାଣ୍ଡ: ମାଆର ବେକ କାଟିଦେଲା ଝିଅ, ବାପାକୁ ଖିନଭିନ୍ କରି ମାରିଲା ପୁଅ

Published By : Prameya-News7 Bureau | April 27, 2020 IST

ନାଗପୁର, ୨୭|୦୪: ପ୍ରେମ ପାଇଁ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇଜଣ ହତ୍ୟାକାରୀ ଘଟାଇଛନ୍ତି ନାରକୀୟ କାଣ୍ଡ । ଗୋଟିଏ ଉତ୍ତରପ୍ରଦେଶରେ ଓ ଅନ୍ୟ ଘଟଣାଟି ମହାରାଷ୍ଟ୍ରରେ ଘଟିଥିଲେ ବି କାରଣ ସମାନ ।  ଉତ୍ତରପ୍ରଦେଶର କୁସୀନଗରରେ ଜଣେ ଯୁବତୀ ନିଜ ମାଆର ଗଳାକାଟି ହତ୍ୟା କରିଛନ୍ତି । ସେହିପରି ମହାରାଷ୍ଟ୍ରର ନାଗପୁରରେ ଜଣେ ଯୁବକ ପ୍ରେମଜନିତ କାରଣକୁ ନିଜ ବାପାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛି ।

ସୂଚନାନୁସାରେ, ଉତ୍ତର ପ୍ରଦେଶର କୁସୀନଗରର ଖଡ୍ଡା ଭେଡୀରେ ରହୁଥିବା ଜଣେ ଯୁବତୀ ଘରପାଖ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଏଥିରେ ଯୁବତୀଙ୍କ ମାଆ କଣ୍ଟା ସାଜିଥିଲେ । ତେଣୁ ଶନିବାର ବିଳମ୍ବିତ ରାତ୍ରରେ ଘରେ କେହି ନଥିବା ବେଳେ ସେ ତାଙ୍କ ମାଆଙ୍କ ଗଳା କାଟି ହତ୍ୟା କରିଛନ୍ତି ।  ଏହାପରେ ସେ ପ୍ରେମିକଙ୍କ ଘରେ ଲୁଚିଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ଯୁବତୀଙ୍କୁ ଗିରଫ କରିଛି । ତେବେ ତାଙ୍କର ମାନସିକ ସ୍ଥିତି ଠିକ ନଥିବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":261102,"width":687,"height":461,"sizeSlug":"large"}

ସେହିପରି ମହାରାଷ୍ଟ୍ରର ନାଗପୁରରେ ସାମନ ଧରଣର ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୫ ବର୍ଷୀୟ ଯୁବତ ନିଜ ପିତାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛି । ସେ ପ୍ରଥମେ ନିଜ ପିତାଙ୍କ ଦାନ୍ତ ଭାଙ୍ଗିବା ସହ ଗୁପ୍ତାଙ୍ଗ କାଟି ହତ୍ୟା କରିଛି ।

ପୋଲିସର କହିବାନୁସାରେ, ନାଗପୁରର ହୁଡକେଶ୍ୱର ଅଞ୍ଚଳରେ ଶନିବାର ରାତ୍ରରେ ଏହି ଘଟଣା ଘଟିଛି । ବିକ୍ରାନ୍ତ ପିଲ୍ଲେଓ୍ୱାର ନାମକ ଜଣେ ଯୁବକ ନିଜ ଜନ୍ମଦାତାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସକୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । କାରଣ ତାକୁ ଧରିବା ବେଳେ ସେ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲା । ତେବେ ପ୍ରେମ ପାଇଁ ବିକ୍ରାନ୍ତ ନିଜ ବାପାଙ୍କୁ ହତ୍ୟା କରିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.