ବିୟର ପିଇ ହୋଇଗଲା ନିଶା, ଧରମ ଭାଇ ସହ ମିଶି ପ୍ରେମିକକୁ ହତ୍ୟା କଲା ପ୍ରେମିକା

Published By : Prameya-News7 Bureau | September 30, 2021 IST

ଗୁରଗାଓଁ, ୩୦/୦୯: ନିଜ ଭିିତରେ ଝଗଡ଼ାକୁ ନେଇ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଏହିଭଳି ଜଘନ୍ୟ କାଣ୍ଡ ଘଟାଇଛି ବିବାହ କରିବାକୁ ଯାଉଥିବା ଯୁବତୀ । ୩ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ଝଗଡ଼ାକୁ ନେଇ ଯୁବତୀ ଜଣକ ରାଗି ଯାଇଥିଲେ । ଯାହାକୁ ନେଇ ସେ ଧରମ ଭାଇ ସହ ମିଶି ଉକ୍ତ ଯୁବକକୁ ପିଟିପିଟି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଭାଇ-ଭଉଣୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମୃତ ଯୁବକଙ୍କୁ ବାରମ୍ୱାର ଲୁହା ରଡ୍‌ ଏବଂ ପଥରରେ ମାରି ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ସୋମବାର ଘଟିଥିବା ଏହି ଘଟଣାରେ ସେକ୍ଟର ୫୬ ଥାନାରେ ମାମଲା ରୁଜୁ କରାଯାଇଛି । ହତ୍ୟାରେ ବ୍ୟବହୃତ ପଥର ଏବଂ ରଡ୍‌କୁ ଘଟଣା ସ୍ଥଳରୁ ଜବତ କରିଛି ପୋଲିସ୍‌ । ଦୁଇ ଅଭିଯୁକ୍ତ ହତ୍ୟାକାରୀଙ୍କୁ ବାରଦାନର ମହଜରୁ ଫେରାର ହେବାର ୩ ଘଣ୍ଟା ପରେ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ଥାନାରେ ଏତଲା ଦେଇଥିବା ବ୍ୟକ୍ତିଙ୍କ ସୂଚନା ମୁତାବକ, ତାଙ୍କ ଘର ପାଖରେ ଜଣେ ଅଟୋ ଚାଳକକୁ ମାଡ଼ ମାରାଯାଉଥିବା ଖବର ସେ ପାଇଥିଲେ । ତତ୍‌କ୍ଷଣାତ୍‌ ସେଠାକୁ ଯାଇ ଚାଳକ ଜଣକ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବାର ଦେଖିଥିଲେ । ପରେ ଏନେଇ ପୋଲିସ୍‌କୁ ଜଣାଇ ଥିଲେ । ପୋଲିସ୍‌ ସେଠାରେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ଉତ୍ତର ପ୍ରଦେଶ ବନ୍ଦାୟୁ ଜିଲ୍ଲାର ବଗୌରନ୍‌ ନିବାସୀ ୨୫ ବର୍ଷୀୟ ଆସିକ୍‌ ବୋଲି ଜଣାପଡ଼ିଛି ।

ଅଭିଯୁକ୍ତ ଯୁବକ ଜଣକ ୟୁପି ବନ୍ଦାୟୁ ଜିଲ୍ଲାର ଅନ୍ଥରା ନିବାସୀ ହୋଇଥିବା ୟାକୁବ୍‌ ବେଳେ ଯୁବତୀ ଜଣକ ବଗୌରନ ନିବାସୀ ୨୬ ବର୍ଷୀୟ ସୋନିଆ । ସୋନିଆ ଜଳନ୍ଧରରେ ସିଲାଇ କାମ କରୁଥିବା ବେଳେ ୟାକୁବ୍‌ ଜଣେ ଅଟୋ ଚାଳକ ।

ପୋଲିସ୍‌କୁ ସୋନିଆ ଦେଇଥିବା ବୟାନ ଅନୁସାରେ, ସେ ଆସିକ୍‌ ସହ ୨୦୧୮ ମସିହାରୁ ସାଙ୍ଗ ହୋଇଥିଲା । ତାକୁ ବିବାହ କରିବାକୁ ଚାହୁଁଥିଲା । ଆସିକ୍‌ କୁ ଦେଖା କରିବା ପାଇଁ ସେ ଜଳନ୍ଧରରୁ ଗୁରୁଗାଓଁ ଯାଇଥିଲା । ସେଠାରେ ୩ ଜଣ ମିଶି ବିୟର୍‌ ପିଇବା ସହିତ କଥାବାର୍ତ୍ତା ହୋଇଥିଲେ । ପରେ ଧରମ ଭାଇ ସହ ମିଶି ସେ ଆସିକ୍‌କୁ ହତ୍ୟା କରିଥିଲା ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.