ବାହାଘରକୁ ଯାଇଥିବା ନାବାଳିକାକୁ ଅପହରଣ କରିନେଲେ ଦୁର୍ବୁର୍ତ୍ତ; ଗଣଦୁଷ୍କର୍ମ ପରେ ହତ୍ୟା କରି ଫୋପାଡ଼ି ଦେଲେ

Published By : Prameya-News7 Bureau | December 15, 2018 IST

ନାଳନ୍ଦା ୧୫/୧୨ : ନାଳନ୍ଦା ଜିଲ୍ଲାର ନୁରସରାଏ ଥାନା ଅଂଚଳରେ ଆଜି ସକାଳେ ଜଣେ ନାବାଳିକା ମୃତଦେହ ଉଦ୍ଧାର ହୋଇଛି | ନାବାଳିକା ଦଶମ ଶ୍ରେଣୀରେ ପଢୁଥିଲେ | ରିପୋର୍ଟ ଅନୁଯାୟୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି |


ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ଗୋଟିଏ ବାହାଘରରେ ଯୋଗଦେବା ପାଇଁ ଯାଇଥିଲେ | ବାହାଘରରେ ତାଙ୍କୁ କିଛି ଯୁବକ ଅପହରଣ କରିନେଇଥିଲେ | ଅଚାନକ ଝିଅ କୁଆଡେ ଗାଏବ ହୋଇଯାଇଥିବା ନେଇ ଘରଲୋକେ ରାତି ସାରା ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ | ଶନିବାର ସକାଳୁ ଗାଁ ପାଖ ବିଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା |


ଖବରପାଇ ନୁରସରାଏ ପୋଲିସ ଘଟଣାସ୍ଥଳରେ ପହଂଚି ନାବାଳିକାଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପ୍ରଥମେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ପରେ ହତ୍ୟା କରି ଶବକୁ ଫୋପାଡ଼ି ଦେଇଥିଲେ | ନାବାଳିକାଙ୍କ ମୃତଦେହ ପାଖରେ ଏକ ମୋବାଇଲ ଫୋନ ପଡିଥିଲା | ପୋଲିସ ମୋବାଇଲ ଫୋନ ଜବତ କରି ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.