Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

୧୩ ବର୍ଷ ବୟସରେ ହୋଇଥିଲା ଅପହରଣ, ଉଦ୍ଧାର ହେଲା ୪୫ ବର୍ଷ ବୟସରେ

27/12/2018 at 4:56 PM

ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି | ଘଟଣା ଆର୍ଜେଣ୍ଟିନାର | ଆର୍ଜେଣ୍ଟିନାରେ ଆସି ଦଶକରେ ଜଣେ ନାବାଳିକାଙ୍କ ଅପହରଣ ହୋଇଥିଲା | ତାଙ୍କୁ ପାଖାପାଖି ୩୦ ବର୍ଷ ପରେ ଉଦ୍ଧାର କରାଯାଇଥିଲା | ତାଙ୍କୁ ଉଦ୍ଧାର ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା | ନାବାଳିକାଙ୍କୁ ଯେତେବେଳେ ଅପହରଣ କରାଯାଇଥଲା ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୧୩ ବର୍ଷ | ଯେତେବେଳେ ସେ ଉଦ୍ଧାର ହେଲେ ସେତେବେଳେ ତାଙ୍କ ବୟସ ଥିଲା ୪୫ ବର୍ଷ | ଯିଏ ମହିଳାଙ୍କୁ ଅପହରଣ କରିଥିଲେ ସେମାନେ ମହିଳାଙ୍କୁ ଚଳିତ ମାସ ପ୍ରଥମ ସପ୍ତାହରେ ମୁକ୍ତ କରି ଦିଆଯାଇଥିଲା | ମହିଳାଙ୍କର ଏକ ୯ ବର୍ଷର ପୁଅ ମଧ୍ୟ ଅଛି | ମହିଳାଙ୍କୁ ଶିଶୁ ଚାଲାଣକାରୀମାନେ ଅପହରଣ କରିନେଇଥିଲେ | ଗତ ୩୦ ବର୍ଷ ହେଲା ମହିଳାଙ୍କ ଅପହରଣ ନେଇ ପୋଲିସ ପାଖେ କୌଣସି ସୂଚନା ନଥିଲା | ଚଳିତ ବର୍ଷ ପୋଲିସ ମହିଳାଙ୍କ ବିଷୟରେ କିଛି ତଥ୍ୟ ପାଇଥିଲା | ଦକ୍ଷିଣ ବୋଲିବିଆ ସହରର ମହିଳା ଥିବା ପୋଲିସ ସୂଚନା ପାଇଥିଲା | ସୂଚନା ପାଇ ପୋଲିସ ମହିଳାଙ୍କୁ ଖୋଜିବା ପାଇଁ ଏକ ଟିମ ଗଠନ କରିଥିଲା | ପୋଲିସ ଟିମ ସେଠାରେ ଯାଇ ଖୋଜାଖୋଜି କରିଥିଲେ | ଖୋଜାଖୋଜି ବେଳେ ପୋଲିସ ମହିଳାଙ୍କୁ ପାଇଥିଲେ | ତେବେ ନାବାଳିକା ସେତେବେଳେ ଆଉ ନାବାଳିକା ନଥିଲେ ବରଂ ମହିଳା ହୋଇଯାଇଥିଲେ | ମହିଳାଙ୍କୁ ଉଦ୍ଧାର କରି ପୋଲିସ ପଚରାଉଚୁରା କରିଥିଲା | ତାଙ୍କୁ ଯିଏ ଅପହରଣ କରିଥିଲେ ସେ ନେଇ ମହିଳା ସମସ୍ତ ତଥ୍ୟ ପୋଲିସକୁ ଦେଇଥିଲେ | ମହିଳାଙ୍କ ବୟାନ ଆଧାରରେ ପୋଲିସ ସେହି ଘରେ ଚଢ଼ାଉ କରିଥିଲା ଯେଉଁ ଘରେ ମହିଳା ଏବଂ ତାଙ୍କ ପୁଅକୁ ବନ୍ଧକ କରି ରଖାଯାଇଥିଲା |
ତେବେ ୩୨ ବର୍ଷ ପୂର୍ବରୁ ମହିଳାଙ୍କ ଅପହରଣ ପଛରେ କାହା ହାତ ଥିଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ |

   Related Posts