ନାବାଳିକା ଅପହରଣର ୭ଦିନ ପରେ ବି ମିଳିନି ପତ୍ତା ; ଘଟଣା ଚାପିଦେବାକୁ ପୋଲିସର ଉଦ୍ୟମ

Published By : Prameya-News7 Bureau | May 12, 2018 IST

ନାବଳିକା ଅପହରଣକୁ ୭ ଦିନ ବିତିଲାଣି। ହେଲେ ପୋଲିସ ଏପର୍ଯ୍ୟନ୍ତ ନାବଳିକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ନାହିଁ। କାରଣ ଅପହରଣକାରୀର ବାପା ଚନ୍ଦନପୁର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବାରୁ ପୋଲିସ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି। ତେବେ ଏହି ଘଟଣା ଆଗରୁ ନ୍ୟୁଜ୭ରେ ପ୍ରସାରଣ ହୋଇଥିବା ବେଳେ ନାବଳିକାର ପରିବାର ଲୋକେ ନ୍ୟାୟ ପାଇଁ ଏବେ ଏସପିଙ୍କ ପାଖରେ ଦ୍ୱାରସ୍ଥ ହୋଇଛନ୍ତି। ପୁରୀ ସଦର ଚାଳିଶବାଟିଆ ପଂଚାୟତ ଦାଶଗୋବା ଗାଁରେ ହେଉଛି ଏହି ଘଟଣା। ଆସନ୍ତୁ ଦେଖିବା ନ୍ୟୁଜ୭ର ଏକ୍ସକ୍ଲ୍ୟୁସିଭ ରିପୋର୍ଟ। ବାପ ହୋମଗାର୍ଡ଼ ବୋଲି ପୁଅ ଚଳାଇଛି ମନମାନୀ। ନ ହେଲେ ଘରେ ପଶି ଯୋର ଜବରଦସ୍ତ ନାବଳିକାକୁ ଉଠାଇ ନେବାକୁ ସାହାସ କରିଥାନ୍ତା କେମିତି ? ଏ ହେଉଛନ୍ତି ପୁରୀ ସଦର ଚାଳିଶବାଟିଆ ପଂଚାୟତ ଦାଶଗୋବା ଗ୍ରାମର ନାବଳିକାଙ୍କ ପରିବାର। ଗତ ୬ ତାରିଖ ସଂନ୍ଧ୍ୟାରେ ଘରେ କେହି ନଥିବା ବେଳେ ତାଙ୍କ ନାବାଳିକା ଝିଅକୁ ସେହି ଗାଁର ନୀଳମଣି ପଣ୍ତାଙ୍କ ପୁଅ ପ୍ରଭାସ ପଣ୍ତା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପରିବାର ଲୋକେ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ। କାରଣ ପ୍ରଭାସ ର ବାପା ନୀଳମଣି ପଣ୍ତା ଚନ୍ଦନପୁର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବଡ଼ ଭାଇ ପୁରୀରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଘଟଣାକୁ ଚପାଇ ଦେବା ପାଇଁ ପୋଲିସ ଜୋର ସୋରରେ ଉଦ୍ୟମ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ନ୍ୟୁଜ୭ ରେ ପ୍ରସାରଣ ହୋଇଥିବା ବେଳେ ନ୍ୟାୟ ପାଇଁ ପରିବାର ଲୋକେ ଏବେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ନାବଳିକାକୁ ଖୁବ୍ ଶୀଘ୍ର ଉଦ୍ଧାର କରାଯିବ ବୋଲି ପୁରୀ ସଦର ଏସଡ଼ିପିଓ ନ୍ୟୁଜ୭ କ୍ୟାମେରା ଆଗରେ ପ୍ରତିଶୃତି ଦେଇଥିଲେ। କିନ୍ତୁ ଘଟଣାକୁ ୭ ଦିନ ବତିଯାଇଥିଲେ ମଧ୍ୟ ନାବଳିକାକୁ ଏପର୍ଯ୍ୟନ୍ତ ଉଦ୍ଧାର କରିବାରେ ସକ୍ଷମ ହେଲା ନାହିଁ ପୋଲିସ। ତେବେ ଏଠାରେ ପ୍ରଶ୍ନ ଉଠୁଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.