Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପ୍ରେମରେ ଉବୁଟୁବୁ ଯୁବତୀ ନିଜ ଜାଲରେ ନିଜେ ଫସିଗଲେ: ପ୍ରେମିକ ସହ ଭାଗିଲେ, ଅପହରଣ ନାଟକ କରି ବାପାଙ୍କଠାରୁ ଦାବି କଲେ ୧ କୋଟି

27/07/2020 at 8:09 PM

ଲକ୍ଷ୍ନୌ, ୨୭|୦୭ :  ପ୍ରେମରେ ଅନ୍ଧ ହେଲା ଝିଅ । ଖେଳିଳା ସାଙ୍ଘାତିକ ଖେଳ । ରଚିଲା ନିଜ ଅପହରଣର  ନାଟକ । ମାତ୍ର ୧୯ ବର୍ଷ ବୟସରୁ ଏପରି କିଛି କାରନାମା କରିଛନ୍ତି ଜଣେ ଯୁବତୀ । ସେ ନିଜକୁ ନିଜେ ଅପହରଣ କରିବା ସହ ପୁରୁଷ ବନ୍ଧୁଙ୍କ ସହ ମିଶି ପିତାଙ୍କୁ ୧ କୋଟି ଟଙ୍କା ମାଗିଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରେ ।

ସୂଚନାନୁସାରେ, ଉତ୍ତର ପ୍ରଦେଶର ମାହେରା ପୋଲିସକୁ ଶନିବାର ରାତିରେ ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା । ଗୁରୁବାର ଦିନଠୁ ଯୁବତୀଙ୍କୁ କେହି ଅପହରଣ କରିଥିବା ପିତା ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ଯୁବତୀ ନିଜେ ଘରକୁ ଅନେକ ଥର କଲ୍ କରି ୧ କୋଟି ଟଙ୍କା ମାଗୁଛନ୍ତି । ଏହାପରେ ପରିବାର ଲୋକ ଥାନାକୁ ଜଣାଇଥିଲେ ।

ଏହି ଘଟଣା ପଛରେ କେହି ପେଷାଦାର ଅପହରଣକାରୀ ସାମିଲ ଥିବା ପୋଲିସ ସନ୍ଦେହ କରିଥିଲା । କିନ୍ତୁ ତଦନ୍ତ ପରେ ଯାହା ଜଣାପଡିଲା ତାହା ସମସ୍ତଙ୍କୁ ଚକିତ କଲା ଭଳି ଥିଲା । ଯୁବତୀ ନିଜେ ଭିନ୍ନ ଭିନ୍ନ ନମ୍ବରରୁ ଘରକୁ କଲ୍ କରି ଟଙ୍କା ମାଗୁଥିଲେ । ପୋଲିସ ନମ୍ବର ଟ୍ରାକ୍ କରି ଯୁବତୀଙ୍କୁ ଘରଠୁ ୧୦୦ ମିଟର ଦୂରରୁ ଉଦ୍ଧାର କରିଥିଲା ।

ଅପହରଣ ନାଟକରେ ଯୁବତୀଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ପୁରୁଷ ବନ୍ଧୁ । ଉଭୟ ମିଶି କଲ୍ କରିବା ସହ ୧ କୋଟି ଟଙ୍କା ମାଗିଥିଲେ । ପୋଲିସ ଏହି ଘଟଣାରେ ଉଭୟ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି । ସେମାନଙ୍କୁ ପଚରାଉଚୁରା କରାଯାଉଛି ।

   Related Posts