ଅଟୋବାଲାର ଅଶ୍ଲୀଳ କଥା ଶୁଣି ଚଳନ୍ତା ଅଟୋରୁ ଡେଇଁ ପଡିଲେ ଯୁବତୀ : ସୋସିଆଲ ମିଡିଆରେ ଅଟୋର ଫୁଟେଜ ଭାଇରାଲ

Published By : Prameya-News7 Bureau | May 14, 2019 IST

ଡେରାଡୁନ ୧୪/୫ : ଉତ୍ତରାଖଣ୍ଡ ହଲ୍ଦବାନୀର ଏକ କଲେଜ ସାମ୍ନାରୁ ଅଟୋରେ ବସିଲେ ଜଣେ ଯୁବତୀ । ଛାତ୍ରୀ ଜଣକ ଅଚାନକ ଅଟୋରୁ ଡେଇଁ ପଡିଥିଲେ । ଅଟୋ ଚାଳକ ଛାତ୍ରୀଙ୍କ ସହ ଅଶ୍ଲୀଳ କଥାବାର୍ତ୍ତା କରୁଥିବାରୁ ସେ ଅଟୋବାଲାର ଉଦ୍ଦେଶ୍ୟ ଖରାପ ଥିବା ଜାଣିପାରିଥିଲେ । ଯାହାଫଳରେ ଏହିଭଳି ପଦକ୍ଷେପ ନେଇଥିଲେ ।

ଛାତ୍ରୀଙ୍କ ପରିବାର ଲୋକେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ବାହାର କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ସୋସିଆଲ ମିଡିଆରେ ଏକ ଅଟୋର ଫୁଟେଜ ଏବଂ ଛାତ୍ରୀଙ୍କ ଅପହରଣ ଉଦ୍ୟମ କଥା ଭାଇରାଲ ହେବାରେ ଲାଗିଛି । ଘଟଣା ଦିନ ରାତିରେ ସ୍ଥାନୀୟଲୋକେ ଅଭିଯୁକ୍ତ ଅଟୋ ଚାଳକକୁ କାବୁ କରି ମାଡ ମାରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଚାଳକକୁ ଉଦ୍ଧାର କରିଥିଲା ।

ଥାନା ଅଧିକାରୀ କହିଛନ୍ତି ଯେ, ଅଟୋ ଚାଳକ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ । ଅଭିଯୋଗ ହେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.