Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଲିଭ୍-ଇନ୍‌ରେ ରହୁଥିବା ଯୁବତୀ ପାଳନ କଲେ କରୱାଚୌଥ୍ ବ୍ରତ: ଜୋର ଜବରଦସ୍ତ ଘରେ ପଶି ମାରପିଟ୍ କଲେ ଘରଲୋକ

5/11/2020 at 12:03 PM

ଲକ୍ଷ୍ନୌ ୦୫/୧୧ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ଇନ୍ଦିରା ନଗର ଥାନା ଅଞ୍ଚଳରେ ଲିଭ-ଇନ ରହୁଥିବା ଯୁବତୀଙ୍କ ସହ ତାଙ୍କ ପରିବାର ଲୋକ ମାରପିଟ କରିଛନ୍ତି। ଯୁବତୀ ନିଜ ପ୍ରେମିକ ସହ କୌଣସି ପ୍ରକାରେ ଜୀବନ ବଞ୍ଚାଇ ଅରବିନ୍ଦୋ ଥାନାରେ ପହଞ୍ଚିଥିଲେ। ଯୁବତୀଙ୍କ ଘରଲୋକ ଥାନାରେ ପହଞ୍ଚି ହଙ୍ଗାମା କରିଥିଲେ। ପୀଡିତାଙ୍କ ଅଭିଯୋଗକ୍ରମେ ପୋଲିସ ତାଙ୍କ ଭାଇକୁ ହାଜତକୁ ନେଇଛି।

ସୂଚନା ଅନୁଯାୟୀ, କାନପୁର ଜାଜମାଉ ନିବାସୀ ଫିରଦୌସ ଲକ୍ଷ୍ନୌର କୌଶିକ ଯାଦବଙ୍କ ସହ ଗତ ଦୁଇ ବର୍ଷ ହେଲା ଲିଭ-ଇନରେ ରହୁଛନ୍ତି। ବୁଧବାର ଦିନ ସେ କରୱାଚୌଥ ବ୍ରତ କରିଥିଲେ। ଯୁବତୀଙ୍କ ଘରଲୋକ ଏ ସମ୍ପର୍କରେ ଜାଣିବାକୁ ପାଇବା ପରେ କାନପୁରରୁ ଲକ୍ଷ୍ନୌରେ ଆସି ପହଞ୍ଚିଥିଲେ। ସେମାନେ ଜୋର ଜବରଦସ୍ତ ଘରେ ପଶି ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ମାରପିଟ କରିଥିଲେ। ଉଭୟ ଯୁବତୀ ଓ ତାଙ୍କ ପ୍ରେମିକ କୌଣସି ପ୍ରକାରେ ଜୀବନ ବଞ୍ଚାଇ ଅରବିନ୍ଦୋ ଥାନାରେ ପହଞ୍ଚିଥିଲେ। ତାଙ୍କ ପଛେ ପଛେ ଘରଲୋକ ବି ସେଠାରେ ପହଞ୍ଚିଥିଲେ। ଥାନାରେ ଯୁବତୀଙ୍କ ଘରଲୋକ ଖୁବ ହଙ୍ଗାମା କରିଥିଲେ। ଯୁବତୀ ନିଜ ଭାଇ ଓ ପରିବାରଲୋକଙ୍କ ବିରୋଧରେ ଅଭିଯୋଗ କରିବା ପରେ ତାଙ୍କ ଭାଇଙ୍କୁ ପୋଲିସ କଷ୍ଟଡିରେ ରଖାଯାଇଛି।

ପୋଲିସ କହିବାନୁସାରେ, ଘଟଣା ବୁଧବାର ବିଳମ୍ବିତ ରାତିରେ ଘଟିଥିଲା। ସେତେବେଳେ ଥାନାରେ କୌଣସି ମହିଳା କନେଷ୍ଟବଳ ଉପସ୍ଥିତ ନଥିଲେ। ସେଥିପାଇଁ ଯୁବତୀଙ୍କ ପରିବାରର ମହିଳାମାନଙ୍କୁ କାବୁ କରିବାରେ ଅସୁବିଧା ହୋଇଥିଲା। ପ୍ରଥମେ ପୋଲିସ ଯୁବତୀଙ୍କ ପରିବାରଲୋକଙ୍କୁ ବୁଝାଇ ସୁଝାଇ ମାମଲା ଶାନ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ବୁଝାସୁଝା ପରେ ବି ମାମଲା ଶାନ୍ତ ନ ହେବାରୁ ଯୁବତୀଙ୍କ ଭାଇକୁ ହାଜତକୁ ନେଇ ପୋଲିସ ମାମଲା ତଦନ୍ତ ଜାରି ରଖିଛି।

   Related Posts