ଅସଦାଚରଣ ପଡିଲା ମହଙ୍ଗା : ରୋଡ୍ ରୋମିଓକୁ ଉଲଗ୍ନ କରି ମଝି ରାସ୍ତାରେ ବାଡେଇଲେ ଯୁବତୀ

Published By : Prameya-News7 Bureau | May 20, 2019 IST

ଲୁଧିଆନା ୨୦/୫ : ଯୁବତୀଙ୍କୁ ଅସଦାଚରଣ ଏବଂ ଦୁର୍ବ୍ୟବହାର ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି । ଦେଶର ବିଭିନ୍ନ ସ୍ଥାନରେ ଏହିଭଳି ଘଟଣା ପ୍ରତିଦିନ ଘଟିବାରେ ଲାଗିଛି । ପୋଲିସ, ଆଇନ ଯେତେ କଡା ହେଲେ ମଧ୍ୟ ଲୋକ ସୁଧୁରୁ ନାହାନ୍ତି । ରାସ୍ତାରେ ଘାଟରେ କେଉଁଠି ଏକ ଯୁବତୀ ଦେଖିଲେ ତାଙ୍କୁ କମେଣ୍ଟ ମାରିବା, ଦୁର୍ବ୍ୟବହାର କରିବା ଛାଡ଼ୁନାହାନ୍ତି । ଏହିଭଳି ସ୍ଥିତିରେ ଯୁବତୀମାନଙ୍କୁ ମଧ୍ୟ ଟିକିଏ ସାବଧାନ ହେବ ଉଚିତ । ଯୁବତୀମାନେ ନିଜେ କିଭଳି ନିଜର ସୁରକ୍ଷା କରିପାରିବେ ସେଥି ପ୍ରତି ଧ୍ୟାନ ଦେବା ଉଚିତ ।

ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ । ଯୁବତୀଙ୍କୁ ଦୁର୍ବ୍ୟବହାର ଯୁହକକୁ ମହଙ୍ଗା ପଡିଲା । ପଞ୍ଜାବ ଲୁଧିଆନାରେ ଜଣେ ଯୁବତୀ ସାହାସ ଦେଖାଇ ଯୁବକକୁ ଉଚିତ ଶିକ୍ଷା ଦେଇଛନ୍ତି । ଯୁବତୀ ନିଜ ଚପଲ ଖୋଲି ମଝି ରାସ୍ତାରେ ଯୁବକକୁ ମାଡ ମାରିଥିଲେ ।

ଯୁବତୀ ମାଡ ମାରିବା ପରେ ସେଠାରେ ଲୋକଙ୍କ ଭିଡ ଜମା ହୋଇଥିଲା । ଲୋକେ ଯୁବକର ଚୁଟି କାଟିଦେଇଛିଲେ ଏବଂ ରାସ୍ତା ମଝିରେ ତାଙ୍କ ପ୍ୟାଣ୍ଟ ଖୋଲିଦେଇଥିଲେ । ଲୋକେ ଯୁବକକୁ ସମ୍ପୂର୍ଣ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ । ଏହା ପରେ ପଚାରିଥିଲେ ମନ ଶାନ୍ତି ହେଲା ନା ଆଉ କିଛି କରିବାର ଅଛି ?

ଲୋକେ ଯୁବକଙ୍କ ଭିଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲେ । ଯୁବତୀ ଉକ୍ତ ଯୁବକକୁ ଚୁଡ଼ି ମଧ୍ୟ ପିନ୍ଧାଇ ଦେଇଥିଲେ । ନିଜ ସାହସ ଯୋଗୁଁ ଯୁବତୀ ନିଜକୁ ଯୁବକ କବଳରୁ ରକ୍ଷା କରିପାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.