Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

ବାର୍‌ରେ ମସ୍ତି-ରାସ୍ତାରେ ଡ୍ରାମା, ପିଏମଜି ଛକରେ ଯୁବତୀଙ୍କ ହଙ୍ଗାମା…..ତାପରେ ହେଲା କ’ଣ ?

28/01/2021 at 1:42 PM

ଭୁବନେଶ୍ୱର,୨୮/୦୧: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଜଣେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ନିଜର ପୁରୁଷ ବନ୍ଧୁଙ୍କୁ ଗାଳି କରିବା ସହିତ ଜଣେ କାର୍‌ ଚାଳକଙ୍କୁ ଠେଲାପେଲା କରିଛନ୍ତି ଯୁବତୀଜଣଙ୍କ । ସକାଳ ବେଳା ଯେଉଁ ରାସ୍ତାରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ଚାଲୁଥିଲା, ସନ୍ଧ୍ୟାରେ ସେଠି  ଯୁବତୀଙ୍କ ଏମିତି ହଙ୍ଗାମା ସେଠାରେ ଚର୍ଚ୍ଚାରେ ରହିଥିଲା ।  

ସୂଚନା ଅନୁସାରେ, ମଙ୍ଗଳବାର ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ମାଷ୍ଟରକ୍ୟାଣ୍ଟିନ ଆଡୁ ଏକ କାର୍‌ ଲୋୟର ପିଏମ୍‌ଜି ଆଡେ ଆସିଥିଲା । କଂଗ୍ରେସ ଭବନ ଅତିକ୍ରମ କରିବା ପରେ ଧାରଣାସ୍ଥଳ ପାଖପାଖି ହଠାତ୍‌ କାର୍‌ ଚାଳକ ଜଣକ ବ୍ରେକ୍‌ ମାରିଥିଲେ । କାର୍‌ ରହିବା ପରେ ଜଣେ ଯୁବତୀ କାର୍‌ରୁ ଓହ୍ଲାଇଥିଲେ । ଏହାପରେ ସେ ରାସ୍ତା ମଝିକୁ ମାଡି ଯାଇ ରାସ୍ତା ଉପରେ ଚକା ପକାଇ ବସିପଡିଲେ । କାର୍‌ରୁ ଅନ୍ୟ ଜଣେ ଯୁବକ ବାହାରି ତାଙ୍କୁ ଗାଡ଼ି ଭିତରକୁ ଯିବାକୁ ଡାକିଥିଲେ ମଧ୍ୟ ସେ କିଛି ଶୁଣିନଥିଲେ । ଏହାପରଠୁ ଯୁବତୀଙ୍କ ଡ୍ରାମା ଆରମ୍ଭ ହୋଇଥିଲା। ଯୁବତୀ ଜଣକ ରାସ୍ତାରେ ଉତ୍ପାତ କରିଥିଲେ । ଯୁବକଙ୍କ ପାଖକୁ ଆସି ଗାଳିଗୁଲଜ କରିବା ସହ କାର୍‌ ଚାଳକଙ୍କୁ ଗାଳି କରିଥିଲେ। କାର୍‌ ଚାଳକଙ୍କୁ ଚଢ଼ା ଗଳାରେ କହିଥିଲେ, ତୁ ଜଣେ ଡ୍ରାଇଭର । ଚୁପ୍‌ ବସ୍‌ । ତତେ ମୁରବି ଦେଖାଇବାକୁ କିଏ କହିଲା ବୋଲି ପ୍ରଶ୍ନ କରିଥିଲେ? ଯୁବତୀଙ୍କ ଏମିତି ଆକ୍ଟିଂ ଦେଖି କିନ୍ତୁ ଆଖପାଖର ଲୋକମାନେ ସେଠାରେ ଘେରି ଦୃଶ୍ୟର ମଜ୍ଜା ନେଉଥିଲେ ।

 ଏହା ଦେଖି ଧାରଣାସ୍ଥଳରେ ଥିବା ପୋଲିସ କ୍ୟାମ୍ପରୁ ୨ଜଣ ମହିଳା କର୍ମଚାରୀ ଆସି ଯୁବତୀଙ୍କୁ କାବୁ କରିଥିଲେ । ପରେ କ୍ୟାପିଟାଲ ଥାନାରୁ ପିସିଆର୍‌ ଭ୍ୟାନ୍‌ ଆସି ଯୁବତୀଙ୍କୁ ଥାନାକୁ ନେଇଥିଲା। ସେଠାରେ ଯୁବତୀଙ୍କ ହାଇଡ୍ରାମାର ରହସ୍ୟ ଉନ୍ମୋଚିତ ହୋଇଥିଲା । ଜଣାପଡିଥିଲା ଯେ, ଯୁବତୀଙ୍କ ଘର ହେଉଛି ଭୁବନେଶ୍ୱର ସାମ୍‌ପୁରରେ । ସେ ପୁରୁଷ ବନ୍ଧୁଙ୍କ ସହ ଖାରବେଳନଗର ଅଞ୍ଚଳରେ ଥିବା ଏକ ବାର୍‌କୁ ଯାଇଥିଲେ । ସେଠାରେ ମଦ୍ୟପାନ କରି ମତୁଆଲା ହେବା ପରେ ଏପରି ଡ୍ରାମାବାଜି କରିଥିଲେ । ପୋଲିସ୍‌ ଯୁବତୀଙ୍କୁ ଚିକିତ୍ସା କରିଇବା ପରେ ଫାଇନ୍‌ କାଟି ଘରକୁ ପଠାଇ ଦେଇଥିଲା ।

   Related Posts