ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ୍ କରିଥିବା ଯୁବତୀ ଅଟକ

Published By : Prameya-News7 Bureau | October 31, 2019 IST

ପୁରୀ ୩୧।୧୦: ଶ୍ରୀମନ୍ଦିର ଫଟୋ ଓ ଭିଡିଓ ଭାଇରାଲ୍ ଘଟଣାରେ ଯୁବତୀଙ୍କୁ ଅଟକ ରଖିଛି ପୋଲିସ  । ନିମାପଡା ଅଞ୍ଚଳର ଜଣେ ଯୁବତୀଙ୍କୁ ଅଟକ ରଖିଛି ସିଂହଦ୍ବାରା ପୋଲିସ । ଏହି ଯୁବତୀ ଜଣକ ୪ ଦିନ ତଳେ ଟିକଟକରେ ଶ୍ରୀମନ୍ଦିରର ଭିଡିଓ ଭାଇରାଲ କରିଥିଲେ। ଏହି ଭିଡିଓରେ ଶ୍ରୀମନ୍ଦିର ଭୋଗମଣ୍ଡପର ଦୃଶ୍ୟ ରହିଥିଲା । ଭିଡିଓ ଭାଇରାଲ ନେଇ ସଂପୃକ୍ତ ଯୁବତୀ ଗତକାଲି ଫେସବୁକରେ କ୍ଷମା ମାଗିଥିଲେ । ଏପରି ଭୁଲ୍ ଆଉ କେବେ ହେବ ନାହିଁ ବୋଲି କହିଥିଲେ ।

ବାରମ୍ବାର ଶ୍ରୀମନ୍ଦିରର ଏଭଳି ଭିଡିଓ ଭାଇରାଲ ହେବା ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମନ୍ଦିର ଭିତରକୁ ମୋବାଇଲ ବ୍ୟାନ ହୋଇଥିବା ବେଳେ ଜଣେ ଯୁବତୀ କିପରି ଶ୍ରୀମନ୍ଦିର ଭିଡଇଓକୁ ଟିକଟକ୍ କଲେ ତାକୁ ନେଇ ବିବାଦ ମଧ୍ୟ ଉପୁଜିଥିଲା । କିଛି ଦିନ ତଳେ ମନ୍ଦିର ଭିତରେ ନବାଗତା ନାୟିକାଙ୍କ ସେଲଫି ଭାଇରାଲ ହୋଇଥିଲା । ଘଟଣାରେ ମନ୍ଦିର ପ୍ରଶାସନର ଏତଲା ଭିତ୍ତିରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.