Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

୧୯ବର୍ଷର ଯୁବତୀ ମାଆ ହେବା ଆଶାରେ ରାସ୍ତାରୁ ଚୋରି କଲା ୯ମାସର ଶିଶୁ

7/01/2019 at 12:29 PM

ନୂଆଦିଲ୍ଲୀ ୭/୧: ମା କ୍ଷୀର ଛାଡିନଥିବା ଏକ ଶିଶୁ ଚୋରୀ ଅଭିଯୋଗରେ ଜଣେ ୧୯ ବର୍ଷ ବୟାସ୍କା ଯୁବତୀଙ୍କ ସମେତ ୨ଜଣଙ୍କୁ ପୋଲିସ ଗିରଫ କରିବା ସହ ଶିଶୁକୁ ଉଦ୍ଧାର କରି ତା ମାକୁ ହସ୍ତାନ୍ତର କରିଛି । ଶିଶୁଟିକୁ ପାଳିବା ଆଶାରେ ଯୁବତୀ ଜଣକ ଏହି ଚୋରୀ କରିଥିବା ଜଣାପଡିଛି ।  ସ୍ବପ୍ନା ନାମକ ଏହି ଯୁବତୀ ଗତ ଡିସେମ୍ବର ଶେଷ ସପ୍ତାହରେ ଦିଲ୍ଲୀର ସଂସଦମାର୍ଗ ଅଂଚଳର ଫୁଟପାଥରୁ ଚୋରୀ କରିଥିଲେ । ଶିଶୁଟି ମାତ୍ର ୯ମାସର ।  

ଖୁସିର କଥା ଏହିକି ଯେ ଶିଶୁ ଚୋରି କରିଥିବା ଯୁବତୀକୁ ଖୋଜି ବାହାର କରିବା ସହ ପଞ୍ଜାବର ଫିରୋଜପୁରରୁ ଶିଶୁକୁ ଆଣି ତା ମାଆକୁ ଫେରାଇଛନ୍ତି। ପୋଲିସ ଯୁବତୀ ସହ ୨ଜଣଙ୍କୁ ଗିରଫ କରିଛି। ଯୁବତୀଙ୍କ ନାଁ ସପ୍ନା ଏବଂ ଅନ୍ୟ ଜଣଙ୍କ ନାଁ ଅଜିତ। ଅଜିତଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଯୁବତୀ ନିଜ ଦୋଷ ମାନିବା ସହ ଅଜିତ ଏବଂ ଏହି ଶିଶୁ ସହ ରହିବାକୁ ଚାହିଁଥିଲେ ବୋଲି କହିଛନ୍ତି।

ପୋଲିସଙ୍କ କହିବା ଅନୁସାରେ ଯୁବତୀ ଶିଶୁକୁ ନେବା ସମୟରେ ସ୍ଥାନୀୟ ଲୋକେ ଏହା ଦେଖିଥିଲେ। ଶୁକ୍ରବାର ଆରକେ ଆଶ୍ରମରୁ ପୋଲିସ୍ ସପ୍ନାକୁ ଗିରଫ କରିଥିଲା । ସେ ଶିଶୁକୁ ପଞ୍ଜାବରେ ଅଜିତ ପାଖରେ ଛାଡ଼ି ଆସିଛନ୍ତି ବୋଲି କହିଥିଲେ। ଶନିବାର ଦିନ ପୋଲିସ ପଞ୍ଜାବ ପହଞ୍ଚି ଅଜିତକୁ ଗିରଫ କରିବା ସହ ଶିଶୁକୁ ଆଣି ତା ମାଆକୁ ଫେରାଇଥିଲେ।

ଅଭିଯୁକ୍ତ ଅଜିତ୍ ମାସେ ପୂର୍ବରୁ ସପ୍ନାକୁ ଅମୃତସରରେ ଭେଟିଥିଲେ। ସେଠାରେ ସାକ୍ଷାତ ହେବା ପରେ କଥାବାର୍ତ୍ତା ହୋଇ ସେମାନେ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ସପ୍ନାଙ୍କ ଘର କୁରୁକ୍ଷେତ୍ର।

   Related Posts