ପାଠପଢା ବୟସରେ ଗର୍ଭବତୀ ହୋଇଥିଲେ ଯୁବତୀ, ତାଙ୍କ ପୁଅକୁ ଲୋକେ କହୁଛନ୍ତି ଭାଇ...

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧।୧୧ : ମା ହେବା ଏକ ନାରୀ ଜୀବନରେ ସୌଭାଗ୍ୟ । ଏଥିପାଇଁ ମଧ୍ୟ ଏକ ଉପଯୁକ୍ତ ସମୟ ଅଛି, କିନ୍ତୁ କିଛି ଝିଅ ବହୁତ କମ୍ ବୟସରେ ମା ହେବାର ଦାୟିତ୍ବ ଗ୍ରହଣ କରନ୍ତି । ଏହାରି ମଧ୍ୟ ଗାବି ନାମକ ଜଣେ ମହିଳା ଅଳ୍ପ ବୟସରେ ମା ହେବାର କାହାଣୀ ସେୟାର କରିଛନ୍ତି । ଯେତେବେଳେ ସେ ପ୍ରଥମ ଥର ଗର୍ଭବତୀ ହୋଇଥିଲେ ସେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା ।

ଟିକ୍‌ଟକରେ ତାଙ୍କ ଏହି କାହାଣୀ ସେୟାର କରି ଗାବି କହିଛନ୍ତି ଯେ ଯେତେବେଳେ ସେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ ସେତେବେଳେ ସେ ବହୁତ ଛୋଟ ଥିଲେ । ଏହି ଯାତ୍ରା ତାଙ୍କ ପାଇଁ ସହଜ ନଥିଲା, କାରଣ ତାଙ୍କୁ ସ୍କୁଲ ଯିବାକୁ ପଡୁଥିଲା ଏବଂ ତାଙ୍କ ପିଲାଙ୍କ ଯତ୍ନ ପାଇଁ ମଧ୍ୟ କାମ କରିବାକୁ ପଡୁଥିଲା । ଗାବି, ଯିଏକି ବର୍ତ୍ତମାନ ୨୧ ବର୍ଷ, ତାଙ୍କ ପୁଅ ୭ ବର୍ଷର । ଦୁହେଁ ଖୁସିରେ ଜୀବନ ବିତାଉଛନ୍ତି । ତାଙ୍କ ଟିକ୍‌ଟକ ଭିଡିଓରେ ଗାବି କହିଛନ୍ତି ଯେ ସେ ଗର୍ଭବତୀ ଥିବା ଜାଣିଲେ ସେତେବେଳେ ସେ ସ୍କୁଲରେ ଥିଲେ। ପରେ ସେ ପିଲାଟିକୁ ଜନ୍ମ ଦେଲେ। ଗାବି ନିଜ ପିଲାକୁ ଏକାକୀ ଲାଳନ ପାଳନ କରିଛନ୍ତି । ସେ କହିଛନ୍ତି ଯେ ଗର୍ଭଧାରଣ ଏବଂ ପ୍ରସବ ପରେ ମଧ୍ୟ ସେ ସ୍କୁଲ ଯିବା ବନ୍ଦ କରି ନାହାଁନ୍ତି। ତେବେ ପରେ ତାଙ୍କ ପିତାମାତା ତାଙ୍କୁ ସ୍କୁଲରୁ ବାହାର କରି ଦେଇଥିଲେ । ଯାହା ଫଳରେ ସେ ଘରେ ଅଧ୍ୟୟନ ଜାରି ରଖିଥିଲେ। ଏହା ତାଙ୍କ ପୁଅକୁ ପରିଚାଳନା କରିବାରେ ସାହାଯ୍ୟ କଲା ଏବଂ ଅଧ୍ୟୟନ ସହିତ ସେ ଏକ ଚାକିରି ମଧ୍ୟ ପାଇଲେ ।

ଏହାକୁ ନେଇ ଗାବି ଆହୁରୀ କହିଛନ୍ତି ଯେ ଲୋକମାନେ ତାଙ୍କ ପୁଅ ବିଷୟରେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରନ୍ତି । କେହି ଜଣେ ତାଙ୍କୁ ପଚାରିଥିଲେ ଯେ ସେ ଏତେ କମ ବୟସରେ କିପରି ଗର୍ଭବତୀ ହେଲେ? କେବଳ ଏତିକି ନୁହେଁ, ଲୋକମାନେ ପ୍ରାୟତଃ ତାଙ୍କର ୭ ବର୍ଷର ପୁଅକୁ ତାଙ୍କ ଭାଇ ବୋଲି ଭାବନ୍ତି । ବର୍ତ୍ତମାନ ତାଙ୍କ ପୁଅ ମଧ୍ୟ ଏଭଳି ପ୍ରଶ୍ନରେ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ ସେ ଥଟ୍ଟା କରି ତାଙ୍କ ମାତାଙ୍କୁ ତାଙ୍କ ଭଉଣୀ ବୋଲି କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.