ରଂଗ ନମ୍ବରରୁ ଗଣଦୁଷ୍କର୍ମ : ବେହୋସ କରି ୩ଜଣ ଲୁଟିଥିଲେ ଇଜ୍ଜତ, ଜଣେ ଗିରଫ

Published By : Prameya-News7 Bureau | February 16, 2019 IST

ନୂଆଦିଲ୍ଲୀ ୧୬/୨: ପୂର୍ବ ଦିଲ୍ଲୀର ଜ୍ୟୋତି ନଗର ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଘଟଣା ଘଟିଛି। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ଭ୍ୟାଲେଣ୍ଟାଇନ୍ ଡେ ପାଳନ କରିବାକୁ ଡକାଯାଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା। ବର୍ତ୍ତମାନ ପୋଲିସ୍ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାସ୍ତବରେ ଏହି ପୂରା କାହାଣୀ ଏକ ରଙ୍ଗ୍ ନମ୍ବରରୁ ଆରମ୍ଭ ହୋଇଥିଲା। ଝିଅଟି ଦେଢ଼ ବର୍ଷ ପରେ ନିଜର ଜଣେ ସାଙ୍ଗଙ୍କୁ ଫୋନ୍ କରିଥିଲେ।

ଝିଅଟି ଫୋନ୍ କରି ପୁଅର କଣ୍ଠସ୍ବର ଚିହ୍ନି ପାରିନଥିଲେ ଏବଂ ପଚାରିଥିଲେ ଯେ ଆପଣ ମୋନୁ କହୁଛନ୍ତି? ଅପରପାର୍ଶ୍ବରୁ  ହଁ ବୋଲି ପ୍ରତ୍ୟୁତ୍ତର ଆସିଥିଲା । ସେ କହିନଥିଲେ ଯେ ସେ ତାଙ୍କ ସାଙ୍ଗ ନୁହେଁ  ବରଂ ଅନ୍ୟ କେହି। ପୁଅଟି ଏହିପରିଭାବେ ଝିଅଟିକୁ ୩/୪ଦିନ ଯାଏଁ ଭୁଆଁ ବୁଲାଇଥିଲା,ମିଛ କହିଥିଲା। ପୁଅଟିର ନାଁ ମୋନୁ ନଥିଲା ବରଂ ଅମିତ ଥିଲା। ପୀଡ଼ିତଙ୍କ କହିବାନୁସାରେ ଏହା ସେ ପୁଅଟିର ଚକ୍ରାନ୍ତ ଥିଲା।

ପୁଅଟି କହିଥିଲା –‘ଆପଣଙ୍କ କଣ୍ଠ ଏତେ ଭଲ ଲାଗିଥିଲା ଯେ ସତ କହିବାକୁ ସାହସ କରିପାରିଲି ନାହିଁ। ଆପଣଙ୍କ ସହ କଥା ହେବାକୁ ବାହାନା ଦରକାର ଥିଲା। ଏହିପରି ଭାବେ ମିଠା ମିଠା କଥା କହି ପୁଅଟି ଝିଅକୁ ନିଜ ସହ କଥା ହେବାକୁ ରାଜି କରାଇଥିଲେ ଏବଂ ବନ୍ଧୁତା କରିବାକୁ କହିଥିଲେ। ଝିଅଟି ମଧ୍ୟ ପୁଅଙ୍କ କଥାରେ ବିଶ୍ବାସ କରି ତାଙ୍କ ସହ କଥା ହେବାକୁ ଲାଗିଥିଲେ।

କଥାବାର୍ତ୍ତା ମଧ୍ୟରେ ଉଭୟେ ଦେଖା ସାକ୍ଷାତ ମଧ୍ୟ କରିବାକୁ ଲାଗିଥିଲେ। ପୀଡ଼ିତାଙ୍କ କହିବାନୁସାରେ ସେ ସବୁବେଳେ ନିଜର କେହି ନା କେହି ବାନ୍ଧବୀଙ୍କ ସହ ଦେଖା କରୁଥିଲେ। ସେହିପରି ଥରେ ଦିନେ ପୁଅଟି ଝିଅଙ୍କୁ ଦେଖା କରିବାକୁ ଡାକିଥିଲା ଏବଂ କହିଥିଲେ ଏକୁଟିଆ ଆସିବାକୁ । ଆମେ ଏକା ସାଙ୍ଗରେ ଭ୍ୟାଲେଣ୍ଟାଇନ୍ ପାଳନ କରିବା। ଯଦି ସମ୍ଭବ ହେବ ଆଗ୍ରା ମଧ୍ୟ ଯିବା ଏବଂ ସନ୍ଧ୍ୟା ସୁଦ୍ଧା ଫେରି ଆସିବା।

ଝିଅଟି ପୁଅଟିର ଏକଥା ମଧ୍ୟ ମାନିଯାଇଥିଲା ଏବଂ ଦେଖା କରିବାକୁ ଦିଲ୍ଲୀରେ ଥିବା କାଶ୍ମିରୀ ଗେଟରେ ପହଞ୍ଚିଯାଇଥିଲେ। ସେଠାରେ ପୁଅଟି ନିଜ ଦାଦାଙ୍କୁ ପରିଚୟ କରାଇଥିଲେ। ଏହାପରେ ସେମାନେ ମିଶି ଖାଇଥିଲେ ଏବଂ ବୁଲିଥିଲେ ମଧ୍ୟ। ଏହା ପରେ ଝିଅଟିର ମୁଣ୍ଡ ବିନ୍ଧିବାକୁ ଲାଗିଥିଲା। ଏହାପରେ ଝିଅଟିକୁ ଛାଡ଼ିବାପାଇଁ ପୁଅଟି କାର ଡାକିଥିଲା ଏବଂ ତାଙ୍କ କିଛି ପିଇବାକୁ ଦେଇଥିଲା। ପିଇବା ପରେ ଝିଅଟି ବୋହୋସ୍ ହୋଇଯାଇଥିଲେ ପୁଅଟି କାରରେ ତାଙ୍କୁ ନିଜର ଜଳ ବୋର୍ଡ଼ କାର୍ଯ୍ୟାଳୟର ଏକ ରୁମକୁ ନେଇ ଯାଇଥିଲା। ଏଠାରେ ପୁଅଟିର ସାଙ୍ଗ ପୂର୍ବରୁ ଉପସ୍ଥିତ ଥିଲା।

ଏଠାରେ ୩ଜଣ ଝିଅଟିକୁ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ ପରେ ଝିଅଟି ଫୋନ୍ କରି ପୋଲିସକୁ ଘଟଣା ସମ୍ପର୍କରେ କହିଥିଲା। ଏହାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅଟିକୁ ଗିରଫ କରିଥିଲେ କିନ୍ତୁ ଅନ୍ୟ ୨ଜଣ ଫେରାର ହୋଇଯାଇଥିଲେ। ପୋଲିସ୍ ପୀଡ଼ିତାଙ୍କ ମେଡିକାଲ ଯାଞ୍ଚ କରିବାରୁ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ଜଣା ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.