କବାଟ ଖଟଖଟ କରି ପାଣି ମାଗିଲେ; କବାଟ ଖୋଲିବାରୁ ବାପାକୁ ବାନ୍ଧି ବାପା ସାମ୍ନାରେ ଝିଅକୁ ଗଣଦୁଷ୍କର୍ମ କଲେ ୬ ପିଶାଚ
7/02/2019 at 5:01 PM

କିଶନଗଞ୍ଜ ୭/୨ : ବିହାରରେ ଅପରାଧ ଥମିବାର ନାଁ ନେଉନାହିଁ | ବିହାର କିଶନଗଞ୍ଜ ଥାନା ଅନ୍ତର୍ଗତ କୋଢ଼ୋବାଡ଼ି ଅଂଚଳରେ ବାପା ସାମ୍ନାରେ ଜଣେ ଯୁବତୀଙ୍କୁ ୬ଜଣ ଗଣଦୁଷ୍କର୍ମକରିଥିବା ଘଟଣା ସାମ୍ନାକୁ ଆସିଛି | କେବଳ ଏତିକି ନୁହେଁ, ବାପାଙ୍କୁ ଧମକ ମଧ୍ୟ ଦେଇଥିଲେ ଏହି ଦୁଷ୍କର୍ମକାରୀ |
ଯୁବତୀଙ୍କ ବାପାଙ୍କ କହିବାନୁଯାୟୀ, ବିଳମ୍ବିତ ରାତିରେ ଗାଁର ୬ଜଣ ଯୁବକ କବାଟ ଖଟଖଟ କରି ପିଇବା ପାଇଁ ପାଣି ମାଗିଥିଲେ | ଯୁବତୀଙ୍କ ବାପା ଭାବିଲେ ବୋଧହୁଏ କାହାକୁ ବହୁତ ଜୋର ଶୋଷ ହେଉଛି | ସେ ଯାଇ କବାଟ ଖୋଲିଲେ | କବାଟ ଖୋଲି ଦେଖିଲେ ସେହି ଗାଁର ୬ଜଣ ଯୁବକ ଛିଡା ହୋଇଛନ୍ତି | ୬ଜଣ ଯାକ ଯୁବକ ତୁରନ୍ତ ଯୁବତୀଙ୍କ ବାପାଙ୍କୁ ବାନ୍ଧି ପକେଇଲେ |
ବାପାଙ୍କ ସହ ଯୁବତୀଙ୍କୁ ମଧ୍ୟ ବାନ୍ଧି ପକେଇଲେ ୬ ଅଭିଯୁକ୍ତ | ଏହାପରେ ଉଭୟ ବାପା ଓ ଝିଅଙ୍କୁ ଘର ଠାରୁ ଅଧା କିଲୋମିଟର ଦୁରକୁ ନେଇଗଲେ | ଏହାପରେ ୬ଜଣ ଯୁବକ ଅତି ନୃଶଂସ ଭାବେ ବାପା ସମ୍ମୁଖରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ | ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ ଉଭୟ ବାପା ଝିଅଙ୍କୁ ଧମକ ଦେଇଥିଲେ | କାହାକୁ କହିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ ଦୁଷ୍କର୍ମକାରୀ | ଏହାପରେ ୬ଜଣ ଯୁବକ ସେଠାରୁ ପଳେଇଥିଲେ | ଯୁବତୀ ନିଜେ ଆସି ବାପାଙ୍କ ହାତ ଗୋଡରେ ବନ୍ଧା ଯାଇଥିବା ରାଶି ଖୋଲିଥିଲେ ଏବଂ ଘରକୁ ଫେରିଥିଲେ |
ଘଟଣା ପରେ ଯୁବତୀଙ୍କ ବାପା ଏ ସମ୍ପର୍କରେ କାହାକୁ କିଛି ନଜଣାଇ ଚୁପ ରହିବେ ବୋଲି ଚିନ୍ତା କଲେ | ଗାଁଲୋକ ଜାଣିଲେ ବଦନାମ ହେବ ବୋଲି ଭାବି ସେ ଚୁପ ରହିଲେ | କିନ୍ତୁ ପରେ ପୁଣି ଚିନ୍ତା କଲେ ଯେ, ଚୁପ ରହିବ ଦ୍ୱାରା ଅପରାଧୀଙ୍କ ଦୌରାତ୍ମ୍ୟ ଆହୁରି ବଢିବ | ସେଥିପାଇଁ ବୁଧବାର ଦିନ ସ୍ଥାନୀୟ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ ଯୁବତୀଙ୍କ ପଡୋଶୀରେ ରହୁଥିବା ଫୈଜ ଆଲାମ (୨୧), ଅବଦୁଲ ମନ୍ନାନ(୨୭), କାସିମ(୩୫), ତକସିର(୨୪), ଅଂଶାର(୩୫) |
ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଥିଲା | ବୁଧବାର ଦିନ ପୀଡିତା ଯୁବତୀ କୋଢ଼ୋବାଡ଼ି ଥାନାରେ ବୟାନ ଦେଇଥିଲେ | ଯୁବତୀଙ୍କ ବୟାନ ଆଧାରରେ ପୋଲିସ ଗାଁର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା | ଏବେ ଯାଏଁ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି | ପୀଡିତାଙ୍କୁ ଡାକ୍ତରୀ ମଇନା ପାଇଁ ହସ୍ପିଟାଲକୁ ପଠା ଯାଇଥିଲା | ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି |