ଅପହରଣ ପରେ ଗଣଦୁଷ୍କର୍ମ

Published By : Prameya-News7 Bureau | July 31, 2018 IST

ରାଉରକେଲା ସେକ୍ଟର-୨୦ ହିଲଟପ୍ ବସ୍ତିର ପିଡ଼ତା ଗତକାଲି ପ୍ଲାଂଟ୍ ସାଇଟ ଥାନାରେ ଅଭିଯୋଗ କରିଛନ୍ତି ଯେ, ଗତ ୨୯ ତାରିଖ ଦିନ ୪ ଜଣ ଯୁବକ ତାଙ୍କୁ ଟେକିନେଇ ପ୍ଳାଂଟସାଇଟ ଥାନା ଦୁର୍ଗାପୁର ପାହାଡ଼ରେ ଦୁୂଇ ଦିନ କାଳ ରଖି ଗଣଦୁର୍ଷ୍କମ କରିଛନ୍ତି । ଦୁଇ ଦିନ ଧରି ଝିଅର ପତା ନମିଳିବାରୁ ବାପା ସେକ୍ଟର-୩ ଥାନାରେ ଏକ ମିସିଙ୍ଗ ରିର୍ପୋଟ କରିଥିଲେ । କିନ୍ତୁ କୌଣସି ଉପାୟରେ ପୀଡିତା ଅପହରଣକାରୀଙ୍କ ଠାରୁ ଖସି ପଳାଇ ଆସିବା ପରେ ଘରେ ସମସ୍ତ ଘଟଣା କହିବା ପରେ ଗତ କାଲି ପୀଡିତା ଙ୍କ ସହ ତାଙ୍କ ବାପା ସେକ୍ଟର-୩ ଥାନାକୁ ଯାଇଥିଲେ। ପରେ ଦୁର୍ଷ୍କମ ହୋଇଥିବା ଅଚଂଳ ପ୍ଲାଂଟ୍ ସାଇଟ ଥାନାରେ ପୀଡିତା ନିଜେ ଗଣଦୁଷ୍କର୍ମର ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପୀଡିତାଙ୍କ ଡ଼।କ୍ତରୀ ମାଇନା କରିବା ସହ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଛାନବିନ୍ ଆରମ୍ଭ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.