Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଦୁଇ ମାସ ଧରି ବନ୍ଧୁ ସହ ମିଶି ପ୍ରେମିକାଙ୍କୁ ଗଣଦୁଷ୍କର୍ମ କରୁଥିଲା ପ୍ରେମିକ, ପରିବାରଲୋକେ ଟଙ୍କା ନଦେଇପାରିବାରୁ ମା’ସହ ମିଶି ପୋଡିଦେଲା

8/12/2019 at 12:07 PM

ଅଗରତଲା ୮।୧୨: ତ୍ରିପୁରାରେ ୧୭ବର୍ଷ ବୟସ୍କା ଯୁବତୀଙ୍କୁ ତାଙ୍କ ପ୍ରେମିକ ଏବଂ ମା’ ମିଶି ପୋଡି ଦେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଯୁବତୀଙ୍କୁ ବନ୍ଧକ ରଖି ଦୁଷ୍କର୍ମ କରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଯୁବତୀଙ୍କ ଶରୀରର ୯୦ଭାଗ ପୋଡି ଯାଇଥିଲା । ଯୁବତୀଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡୋଶୀମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ସୋସିଆଲ ମିଡିଆ ଜରିଆରେ ଯୁବକଙ୍କ ସହ ଯୁବତୀଙ୍କ ପରିଚୟ ହୋଇଥିଲା । ଏହାପରେ ସେମାନଙ୍କ ସଂପର୍କ ନିବିଡ ହୋଇଥିଲା । ଯୁବକ ଜଣଙ୍କ ଯୁବତୀଙ୍କ ଘରକୁ ଆସି ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ଏହା ପରଠାରୁ ଉଭୟ ବହୁ ସମୟରେ ଏକାଠି ରହୁଥିଲେ । ମାତ୍ର ଦିନେ ଯୁବକ ଜଣଙ୍କ ଜୋରଜବରଦସ୍ତ ଯୁବତୀଙ୍କୁ ବନ୍ଧକ ରଖିଦେଲେ ଏବଂ ତାଙ୍କ ପରିବାରଲୋକଙ୍କୁ ଟଙ୍କା ଦେବା ପାଇଁ କହିଥିଲେ । କେବଳ ଏତିକି ନୁହେଁ ଯୁବକ ଜଣଙ୍କ ତାଙ୍କ ବନ୍ଧୁମାନଙ୍କ ସହ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।

 ଯୁବତୀଙ୍କୁ ଦୁଇ ମାସ ଧରି ବନ୍ଧକ ରଖି ଗଣଦୁଷ୍କର୍ମ କରାଯାଉଥିଲା । ଯୁବତୀଙ୍କ ପରିବାରଲୋକ କହିଥିଲେ ଯେ, ତାଙ୍କ ଝିଅକୁ ଛାଡିବା ପାଇଁ ଅଭିଯୁକ୍ତମାନେ ୫୦ହଜାର ଟଙ୍କା ଡିମାଣ୍ଡ କରିଥିଲେ । ଯୁବତୀଙ୍କ ପରିବାରଲୋକ ମାତ୍ର ୧୭ହଜାର ଟଙ୍କା ଜମା କରିପାରିଥିଲେ । ଫଳରେ ଅଭିଯୁକ୍ତ ଜଣଙ୍କ ରାଗିଯାଇ ଏଭଳି କାମ କରିଥିବା ଜଣାପଡିଛି ।

ଯୁବତୀଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ଲୋକମାନେ ଅଭିଯୁକ୍ତ ଯୁବକ ଏବଂ ତାଙ୍କ ମା’ଙ୍କ ଉପରେ ଆକ୍ରମଣ କରିଥିଲେ । ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

   Related Posts