ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
23/09/2019 at 8:48 AM

କଳାହାଣ୍ଡି ୨୩।୯: ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଜାରିଙ୍ଗ ଜଙ୍ଗଲରେ ଦୁଷ୍କର୍ମ ଅଭିଯୋଗ । ଯୁବତୀ ଜଣକ ପ୍ରେମିକଙ୍କ ସହ ଜଙ୍ଗଲକୁ ଯାଇଥିବାବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି । ଘଟଣାରେ ୫ରୁ ୭ ଜଣ ଯୁବକ ସମ୍ପୃକ୍ତ ଥିବା ଜଣାପଡିଛି ।
ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସର ନିଜ ଆଡୁ ତଦନ୍ତ ଆରମ୍ଭ କରିଛି । ଘଟଣା କିଛି ଦିନ ତଳର ହୋଇଥିବାବେଳେ ପୋଲିସରେ ଅଭିଯୋଗ ହୋଇନଥିଲା । ଅଭିଯୁକ୍ତ ଯୁବକ ଜୁନାଗଡ ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରେମୀଯୁଗଳ ଧର୍ମଗଡ ସବଡିଭିଜନ୍ ଅଞ୍ଚଳର ବୋଲି ଜଣାପଡିଛି ।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021