ଲିଙ୍ଗ ପରିବର୍ତ୍ତନ କଲାପରେ ବିବାହ କରିବାକୁ ମନାକଲା ଗାର୍ଲଫ୍ରେଣ୍ଡ, ପାଣିରେ ପଡ଼ିଲା ୧୨ଲକ୍ଷ

Published By : Prameya-News7 Bureau | December 25, 2018 IST

କେରଳ ୨୫/୧୨-କିଛି ମଣିଷ ଅଜବ ଖିଆଲରେ ବଂଚିଥାନ୍ତି । ସାଧାରଣ ଜୀବନଶୈଳୀ ଠାରୁ ଟିକେ ଭିନ୍ନଭାବରେ ଗଢ଼ିଥାନ୍ତି ଲାଇଫଷ୍ଟାଇଲ । ସେଥିପାଇଁ ସେମାନେ  ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି । ପ୍ରେମ କ୍ଷେତ୍ରରେ ବି ସେମିତି ଅଜକ କଥା ବହୁତ ସମୟରେ ଦେଖିବାକୁ ମିଳିଥାଏ । କିଏ ପୁଅ-ପୁଅକୁ ତ କିଏ ଝିଅ-ଝିଅକୁ ବିବାହ କରିବାକୁ ନେଇ ଚର୍ଚ୍ଚା ହୋଇଥାଏ । ଯାହାକୁ ଲେସବିଅନ କିମ୍ବା  ଗେ ରିଲେସନସିପ ବୋଲି କୁହାଯାଏ । ହେଲେ ଆପଣଙ୍କୁ ଏମିତି ରିଲେସନସିପ ବାବଦରେ କହିବୁ ଆପଣ ଶୁଣିବେ ତ ଜିଭ କାମୁଡ଼ିପକାଇବେ । କହିବେ- ଆରେ ବାଃ... ଏମିତି ହୋଇପାରେ ।

ସେମିତି ଘଟଣାଟିଏ ଘଟିଛି କେରଳରେ । ବିବାହ ପାଇଁ  ଲିଙ୍ଗ ପରିବର୍ତ୍ତନ କରି ଜଣେ ମହିଳା ପଡ଼ିଛନ୍ତି ହରଡ଼ଘଣାରେ ।  ବିବାହ କରିବାକୁ ପ୍ରତିଶୃତି ଦେଇ ଜଣେ ମହିଳା ପୁଣି ମତ ପରିବର୍ତ୍ତନ କରିବା ହୋଇଯାଇଛି ଗଡ଼ବଡ଼ ।

ଘଟଣା ଏମିତି-୨୩ ବର୍ଷିୟ ଦୀପୁ ଓରଫ ଦର୍ଶନ( ପୂର୍ବରୁ ମହିଳାଙ୍କ ନାମ ଅର୍ଚ୍ଚନା ରାଜ) ଜଣେ ମହିଳା ସହ ଖୋଲାଖୋଲି ମିଶୁଥିଲେ । ସେମାନଙ୍କ ଭିତରେ ଥିବା ପ୍ରେମ ସଂପର୍କକୁ କେହି କେହି ଖରାପ ନଜର ବି ଦେଖୁଥିଲେ । ଏଭଳି କଟାକ୍ଷରେ ଶିକାର ହେବାକୁ ଚାହୁଁ ନ ଥିଲେ । ସେମାନେ ଶେଷରେ ନିଷ୍ପତ୍ତି ନେଇଥିଲେ ଦୁହେଁ ବିବାହ କରିଯିବାକୁ ।   କଥାବାର୍ତ୍ତା ଅନୁସାରେ ଅର୍ଚ୍ଚନାରାଜ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ସ୍ଥିର ହେଲା । ଅର୍ଚ୍ଚନାରାଜ ୧୨ ଲକ୍ଷ ଟଂକା ଖର୍ଚ୍ଚ କରି ଚେନ୍ନାଇର ଏକ ଘରୋଇ ହସପିଟାଲରେ ଲିଙ୍ଗ ବଦଳାଇ ପୁରୁଷ ହେଲା । ନିଜର ନାଁ ପରିବର୍ତ୍ତନ କରି ଅର୍ଚ୍ଚନାରାଜରୁ ଦର୍ଶନ ବି କଲା ।

ଲିଙ୍ଗ ବଦଳାଇ ଫେରିବା ପରେ ବିବାହ ପାଇଁ ଦର୍ଶନ ପ୍ରସ୍ତାବ ଦେଲା ପରେ ଅନ୍ୟ ମହିଳା ସିଧାସିଧା ମନାକଲା । କହିଲା, ତାର ଆଉ ଜଣେ ପୁରୁଷ ସହ ସଂପର୍କ ଅଛି । ତେଣୁ ତାକୁ ବିବାହ କରିପାରିବ ନାହିଁ ।

ଏହି କଥାଶୁଣି ଦର୍ଶନ ନିରୁତ୍ସାହିତ ହୋଇଯାଇ ଥାନାରେ ମହିଲା ଜଣକ ନାଁରେ ଏତାଲା ଦେଇଛନ୍ତି । ସେ ଆହୁରି ଅଭିଯୋଗ ଆଣିଛନ୍ତି, ତାଙ୍କ ମହିଳା ବାନ୍ଧବୀ ଲିଙ୍ଗ ପରିବର୍ତ୍ତନ କଲେ ବିବାହ କରିବାକୁ କହିଥିଲେ ବୋଲି ସେ ଏପରି କରିଛନ୍ତି ।

ପୋଲିସ ମାମଲା ରୁଜୁ କଲାପରେ ପ୍ରକୃତ ଘଟଣାର ଅନୁଧ୍ୟାନ କରୁଛି ।     

     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.