କିମ୍ ଜଙ୍ଗ୍‌ଙ୍କ ରହସ୍ୟମୟୀ ପ୍ରେମିକା: ଗୁଳି କରି ହତ୍ୟାର ବର୍ଷେ ପରେ ଟେଲିଭିଜନରେ ବାହାରିଲେ, ପ୍ରେମ ଓ ସୁରକ୍ଷା ପଛର କାହଣୀ...

Published By : Prameya-News7 Bureau | June 13, 2020 IST

ସିଓଲ, ୧୩|୦୬:    ଉତ୍ତର କୋରିଆର ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ ନିଜର କଡା ଆଇନ କାନୁନ ଓ ଶାସନ ପାଇଁ ପରିଚିତ । ତେବେ ତାଙ୍କର ଜଣେ ପ୍ରେମିକା ଥିବା କୁହାଯାଉଛଇ । ଯାହାଙ୍କୁ ବିଷୟରେ ୨୦୧୪ରେ ଅନେକ ଚର୍ଚ୍ଚା ଓ ଆଲୋଚନା ହେଉଥିଲା ।

{"id":285729,"width":686,"height":414,"sizeSlug":"large"}

ହ୍ୟୋନ୍ ସଙ୍ଗ୍ ଓଲ୍ ହେଉଛନ୍ତି ଜଣେ ସିଙ୍ଗର୍ ଓ ରାଜନେତା । ସେ କିଛି ବର୍ଷ ପୂର୍ବରୁ କିମ୍ ଜଙ୍ଗଙ୍କ ପ୍ରେମିକା ଥିବା ଚର୍ଚ୍ଚା ହେଉଚି । ଏପରିକି ସେ ୨୦୧୩ରେ ଏକ ସେକ୍ସ୍ ସ୍କାଣ୍ଡାଲରେ ମଧ୍ୟ ଫସିଥିଲେ। ଏପରିକି ତାଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା । ରିପୋର୍ଟ ଅନୁସାରେ, କିମ୍ ଓ ହ୍ୟୋନ୍  କିଶୋର ଅବସ୍ଥାରେ ସାଥି ହୋଇ ରହିଥିଲେ । ପରେ କିମଙ୍କ ପିତାଙ୍କ ନିର୍ଦ୍ଦେଶରେ ଉଭୟ ଅଲଗା ହୋଇଯାଇଥିଲେ । ତେବେ ୨୦୧୩ରେ ହ୍ୟୋନ୍ ସିଓଲରେ ଅନ୍ୟ ପ୍ରସିଦ୍ଧ କଳାକାରଙ୍କ ଅଶ୍ଲିଳ ଭିଡିଓ ସୁଟିଂ କରୁଥିଲେ ବୋଲି ଚୋସୁନ୍ ଇଲବୋ ନାମକ ଏକ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହପରେ ତାଙ୍କୁ ଗିରଫ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ହ୍ୟୋନ୍ ୨୦୧୪ରେ ଟିଭିରେ ସମସ୍ତଙ୍କ ସାମ୍ନାକୁ ଆସିଥିଲେ । ସେ କିମଙ୍କ ଶାସନକୁ ପ୍ରଶଂସା କରୁଥିଲେ । ଏହାସହ କଳା ଓ ରଚନାତ୍ମକ କାର୍ଯ୍ୟକୁ ବୃଦ୍ଧି କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ତେବେ ହ୍ୟୋନଙ୍କ ହତ୍ୟା କରାଯାଇ ନଥିବା ସ୍ପଷ୍ଟ ହୋଇଥିଲା ।

{"id":285730,"width":692,"height":402,"sizeSlug":"large"}

ତେବେ ୨୦୧୩ରେ କିମ୍ ତାଙ୍କ ଦାଦାଙ୍କୁ ଗାଦିରୁ ହଟାଇବା ସହ ନିସା କାରବାର ଆଦି ଅଭିଯୋଗ ଲଗାଇଥିଲେ । ସେହିପରି ୨୦୧୭ରେ କିମଙ୍କ ଜଣେ ସାବତ ଭାଇ କିମ୍ ଜଙ୍ଗ୍ ନାମ୍ ଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ୨୦୦୩ରେ କିମ୍ ଉତ୍ତର କୋରିଆ ଛାଡିବା ପରେ ସେ ତାଙ୍କ ପରିବାର ବିରୋଧରେ ଯାଇଥିଲେ । ଏପରିକି 2012ର କିମ୍ ଜଙ୍ଗ୍ ନାମ୍ କିମ୍ ଜଙ୍ଗ୍ ଉନ୍ ବିଶ୍ୱ ପାଇଁ ଏକ ପରିହାସ ହୋଲି ମଧ୍ୟ କହିଥିଲେ । କିମ୍ ଜଙ୍ଗ୍ ନାମ୍ ହେଉଛନ୍ତି କିମଙ୍କ ସାବତ ଭାଇ । ଏପରିକି କିମ୍ ଜଙ୍ଗ୍ ଉନ୍ କେବି ବି ଶାସନ ଗାଦିରେ ବସିବେ ନାହିଁ ବୋଲି ନାମ୍ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.