ଧରାପଡ଼ିଲା ରେଶମା, ଗ୍ୟାଙ୍ଗଷ୍ଟର ସକିଲ୍‌ର ଆଉ ଜଣେ ଗାର୍ଲଫ୍ରେଣ୍ଡ, ଏହା ପୂର୍ବରୁ ଗିରଫ ହୋଇଛି ନସରୀନ୍...

Published By : Prameya-News7 Bureau | January 03, 2020 IST

କଟକ୩/୧:  କମିଶନରେଟ୍‌ ପୋଲିସ କବ୍‌ଜାରେ ଗ୍ୟାଙ୍ଗଷ୍ଟର ସକିଲର ଆଉ ଜଣେ ଗାର୍ଲଫ୍ରେଣ୍ଡ୍‌ । ନସରିନ୍‌ ପରେ  କଟକ ସ୍ପେଶାଲ ସ୍କ୍ବାର୍ଡ଼ ହାତରେ ଧରାପଡ଼ିଛି ରେଶମା । ଜାନୁଆରୀ ୧ରେ ସକିଲ୍‌ର ଫାଷ୍ଟ ଗାର୍ଲ ଫ୍ରେଣ୍ଡ ନସରିନ୍‌ ଖାନ୍‌ଙ୍କୁ ଗିରଫ କରିଥିଲା ପୋଲିସ । ଜେଲ୍‌ରେ ଥାଇ ମଧ୍ୟ ଏକାଧିକ ଗାର୍ଲଫ୍ରେଣ୍ଡଙ୍କ ମାଧ୍ୟମରେ ନିଜ ଅପରାଧ ସାମ୍ରାଜ୍ୟ ଚଳାଥିଲା ସକିଲ୍‌ । ଏବେ ଜଣକ ପରେ ଜଣେ ବାନ୍ଧବୀଙ୍କ ଗିରଫ ଦାରି ପରେ ପଦାରେ ପଡ଼ିଛି ଗ୍ୟାଙ୍ଗଷ୍ଟରଙ୍କ ଗାର୍ଲଫ୍ରେଣ୍ଡ ଫଣ୍ଡା ।

ଗ୍ୟାଙ୍ଗଷ୍ଟରର ଗାର୍ଲଫ୍ରେଣ୍ଡ ଫଣ୍ଡାଜେଲ୍ରେ ଥାଇ ବି ବାହାରେ ଚଳାଇଥିଲା ଅପରାଧ ସାମ୍ରାଜ୍ୟଗାର୍ଲଫ୍ରେଣ୍ଡଙ୍କ ଜରିଆରେ ଦାଦାବଟି ପାଇଁ ଦେଉଥିଲା ଧମକ୍‌ । ଭିଡିଓ କଲ୍କରି ଦୋକାନୀଙ୍କୁ ଦାବି କରୁଥିଲା ଲକ୍ଷାଧିକ ଟଙ୍କାର ବଟି । କଟକର ଜଣେ ବ୍ୟବସାୟୀଙ୍କ ଅଭିଯୋଗ ପରେ ଛାନଭିନ୍‌ ଆରମ୍ଭ କରିଥିଲା କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ଼ । ଆଉ ଚୌଦ୍ବାର ଜେଲ୍‌ରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ସକିଲ୍‌ର ଗାର୍ଲଫ୍ରେଣ୍ଡ ଫଣ୍ଡାର ହୋଇଥିଲା ପର୍ଦ୍ଦାଫାସ୍‌ । ଜାନୁଆରୀ ୧ରେ ସ୍ପେଶାଲ ସ୍କ୍ବାଡ଼ ପଞ୍ଝାକୁ ଆସିଥିଲା ସକିଲ୍ ପ୍ରଥମ ଗାର୍ଲଫ୍ରେଣ୍ଡ  ନସରିନ୍ଖାନ୍‌ । ଯିଏକି ଜଣେ ଆଇନ୍‌ ଛାତ୍ରୀ ।

 ତେବେ ନସରିନ୍‌ ସକିଲର ଇଶାରା ଅନୁସାରେ କାମ କରୁଥିବା ଜାଣିବାକୁ ପାଇଥିଲା ପୋଲିସ । ଏହି ଘଟଣାର ୨ଦିନ ପରେ ଅର୍ଥାତ୍ଶୁକ୍ରବାର ସକିଲ୍ ଆଉ ଜଣେ ଗାର୍ଲ ଫ୍ରେଣ୍ଡ କଟକ କେଶରପୁରର ନିଖାତ୍ନସୀମ୍ଓରଫ ରେସମାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ଼ନସରିନ୍ଭଳି ରେଶମା ମଧ୍ୟ ସକିଲ୍ଇଶାରାରେ ଗ୍ୟାଙ୍ଗର ଯୁବକଙ୍କୁ ବନ୍ଧୁକ ଯୋଗାଉଥିବାର ପ୍ରମାଣ ଲାଗିଛି ଦରଘା ବଜାର ପୋଲିସ ହାତରେ । ଗିରଫ ରେଶମା ବିରୋଧରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର କାରବାର ଭଳି ସଂଗୀନ୍‌ ଦଫା ଲଗାଇଛି ପୋଲିସ ।

 ନସରୀନ୍‌କୁ ଗିରଫ କରିବା ପରେ ସକିଲର କ୍ରାଇମ୍‌ ସିଣ୍ଡିକେଟ୍‌ରେ ଆଉ କେଉଁମାନେ ସକ୍ରିୟ ଅଛନ୍ତି ସେ ସମ୍ପର୍କରେ ତନାଘନା କରିଥିଲା ପୋଲିସ । ଆଉ ଫୋନ୍‌ କଲ୍‌ ରେକର୍ଡ଼ ଯାଞ୍ଚ ପରେ ପରେ ସାମ୍ନାକୁ ଆସିଛି ସକିଲର ସେକେଣ୍ଡ ଗାର୍ଲଫ୍ରେଣ୍ଡ ରେଶମା । କୁହାଯାଉଛି ସକିଲ୍‌କୁ ବାହା ହେବାକୁ ନେଇ ଉଭୟ ନସରୀନ୍‌ ଆଉ ରେଶମା ଭିତରେ ବିବାଦ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.