ପ୍ରେମିକଘର ଭିତରେ ଯୁବତୀ କଲା ଏମିତି କାମ, ଶେଷରେ ପୋଲିସକୁ ୧୦୦ରେ କରିବାକୁ ପଡ଼ିଲା ଫୋନ

Published By : Prameya-News7 Bureau | January 22, 2019 IST

ଗାଜିଆବାଦ ୨୨/୧- ପ୍ରେମକୁ ନେଇ ଉଭୟ ପୁଅ-ଝିଅଙ୍କ ଭିତରେ ଲାଗି ରହିଥାଏ ଝଗଡ଼ା । ଯଦି ପ୍ରେମିକା ମୁଣ୍ଡକୁ ରାଗ ଚଢ଼ିଗଲା ଆଉ ସମ୍ଭାଳେ କିଏ । ସେମିତି ଏକ ଘଟଣା ଘଟିଛି ଗାଜିଆବାଦ ସିହାନୀ ଗେଟ ଅଂଚଳରେ ।

ସିହାନୀଗେଟ ଅଂଚଳରେ ରହୁଥିବା ଯୁବକ ବସୁନ୍ଧରା ନାମକ ଏକ କଂପାନୀରେ ଚାକିରି କରେ । ସେହି କଂପାନୀରେ ଚାକିରି କରୁଥିବା ଜଣେ ଯୁବତୀ ସହ  ଯୁବକ ପ୍ରେମ କରୁଥିଲେ  । ଯୁବକ ବିବାହିତ ଥିଲେ ବି ସେ ଯୁବତୀଙ୍କୁ ୨ବର୍ଷ ହେଲା ପ୍ରେମ କରୁଥିଲେ । କିନ୍ତୁ କୌଣସି କାରଣରୁ ଯୁବତୀଙ୍କ ସହିତ ପାଟିତୁଣ୍ଡ ହୋଇଥିଲା ।

ଯୁବତୀ ନିଜ ଭିଣୋଇ ସହ ଯୁବକଙ୍କ ଘରକୁ ଆସିଥିଲେ । ସେ ଯୁବକଙ୍କୁ ଦେଖାକରିବା ପରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଯୁବତୀଙ୍କ ଭିଣୋଇ ଯୁବକଙ୍କୁ ଥାପ୍ପଡ଼ ମାରିଥିଲେ । ଯୁବତୀ ମଧ୍ୟ ଯୁବକଙ୍କ ଘରେ ବଡ଼ ଜୋରରେ ଚିଲ୍ଲେଇଥିଲେ । ଯୁବତୀ ଏତେ ଜୋରରେ ପାଟିତୁଣ୍ଡ କରୁଥିଲେ ପଡ଼ୋଶୀ ମଧ୍ୟ ରୁଣ୍ଡ ହୋଇଯାଇଥିଲେ ।

ଯୁବତୀଙ୍କୁ କାହାକଥା ଶୁଣିବାର ପରିସ୍ଥିତିରେ ନ ଥିଲେ । ସେ ବହୁତ ସମୟ ଧରି ଯୁବକଙ୍କ ପରିବାରକୁ ଏମିତି ହଇରାଣ କଲା, ପରିବାର ଲୋକ ବାଧ୍ୟହୋଇ ୧୦୦ରେ ପୋଲିସକୁ ଫୋନ କରିଥିଲେ ।

ଯୁବତୀଙ୍କୁ କାବୁ କରିଥିଲା ପୋଲିସ । ଯୁବତୀ ଓ ତାଙ୍କ ଭିଣୋଇକୁ ନେଇ ଥାନାରେ ଅଟକାଇ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଛାଡ଼ିଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.