Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କ୍ଷମା କଲାନି ପ୍ରେମିକା: ତୋର ସବୁ ଦିନକୁ ମୋର ଦିନେ ନୀତିରେ ପ୍ରେମିକକୁ ବାନ୍ଧି ଝାଡୁରେ ପିଟିଲା

25/06/2020 at 4:36 PM

ପାଟନା, ୨୫|୦୬: ଅତ୍ୟାଚାର କରୁଥିଲା ପ୍ରେମିକ । ଅସହ୍ୟ ହେବାରୁ ପ୍ରେମିକକୁ ଖୁଣ୍ଟରେ ବାନ୍ଧି ପିଟିଲା ପ୍ରେମିକା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରରେ । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ରାଜ୍ୟର କଟିହାର ଜିଲ୍ଲାର ଜୟପ୍ରକାଶନଗରରେ ଏହି ଘଟଣା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ସୂଚନାନୁସାରେ, ଗ୍ରାମରେ ରହୁଥିବା ଜଣେ ଯୁବତୀ ନିତୁ ଗତ ୩ ବର୍ଷ ଧରି ନିକଟରେ ଥିବା ଏକ ଗ୍ରାମର ଯୁବକ ଗଙ୍ଗା କୁମାର ବିଶ୍ୱାସଙ୍କୁ ଭଲ ପାଉଥିଲେ । ଏପରିକି ଉଭୟେ କୁଆଡେ କଟିହାର କୋର୍ଟରେ ବିବାହ ମଧ୍ୟ କରିଥିଲେ । ପରେ ଉଭୟ ଦିଲ୍ଲୀ ଓ ହାଇଦ୍ରାବାଦରେ ରହିବାକୁ ଲାଗିଥିଲେ । ସେଠାରେ ଗଙ୍ଗା ନିତୁଙ୍କୁ ମାନସିକ ଓ ଶାରୀରିକ ଭାବେ ଅତ୍ୟାଚାର କରୁଥିଲେ । ଏପରିକି ନିତୁଙ୍କୁ ତାଙ୍କ ଘରକୁ ମଧ୍ୟ ଯିବାକୁ ଦେଉନଥିଲେ । ଏପରିକି ହଠାତ ଗୋଟିଏ ଦିନ ଗଙ୍ଗା ନିତୁଙ୍କୁ ଏକା ଛାଡି ଚାଲିଯାଇଥିଲେ ।

ନିତୁ ବହୁ କଷ୍ଟରେ ନିଜ ଘର କଟିହାର ପହଁଚିଥିଲେ । ଗଙ୍ଗା କେବେ ଫେରିବେ ସେ ଅପେକ୍ଷା କରି ରହିଥିଲେ । ତେବେ ବୁଧବାର ଗଙ୍ଗା ଗାଁକୁ ଫେରିଥିଲେ । ନିତୁ ପରିବାର ଓ ଗାଁ ଲୋକଙ୍କୁ ଧରି ଗଙ୍ଗାକ ଘରକୁ ଯାଇଥିଲେ । ଗଙ୍ଗାଙ୍କୁ ଧରି ଏକ ବିଜୁଳି ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ଏପରିକି ନିଜେ ନିତୁ ମଧ୍ୟ ଝାଡୁରେ ଗଙ୍ଗାଙ୍କୁ ପିଟିଥିଲେ ।

ମାଡ ଖାଇବା ପରେ ଗଙ୍ଗା ହାତ ଯୋଡି ଭୁଲ ମାଗିଥିଲେ । ତେବେ ସେ ନିତୁଙ୍କୁ ଆଉ ଆତ୍ୟାଚାର କରିବେ ନାହିଁ ବୋଲି କହିବା ପରେ ତାଙ୍କୁ ଛାଡିଦିଆଯାଇଥିଲା ।

   Related Posts