ଏଠାରେ ଭଡ଼ାରେ ମିଳନ୍ତି GF ! ଆପଣ ବି କରିପାରିବେ ହାୟର

Published By : Prameya-News7 Bureau | September 25, 2021 IST

ବେଜିଂ :  ଅଧିକାଂଶ ଚୀନ୍‌ ଯୁବକ ଯେବେବି ଛୁଟିରେ ଘରକୁ ଫେରନ୍ତି ଗାର୍ଲଫ୍ରେଣ୍ଡ ଅଥବା ବାନ୍ଧବୀ ହାୟର କରିଥାନ୍ତି। କର୍ମସ୍ଥଳରୁ ଘରକୁ ଫେରିବା ବେଳେ କିଛି ଦିନ ଲାଗି ସାଙ୍ଗରେ ବାନ୍ଧବୀଙ୍କୁ ସାଙ୍ଗରେ ନେଇ ନଗଲେ ଘର ଲୋକେ ଓ ସମ୍ପର୍କୀୟ ବିବାହ ନେଇ ନାନା କଥା କହିଥାନ୍ତି। ଆଗକୁ କ୍ୟାରିୟର ଥିବାରୁ ବିବାହ ବିଳମ୍ବିତ କରୁଥିବା ଯୁବକମାନେ ଖାସ ଏଥିଲାଗି ଗାର୍ଲଫ୍ରେଣ୍ଡ ହାୟର କରିବାକୁ ବାଧ୍ୟ ହୋଇଥାନ୍ତି। ଯାହାଙ୍କୁ ଘରେ ଦେଖାଇ ପିତାମାତା, ପରିଜନଙ୍କ ଅସଂଖ୍ୟ ପ୍ରଶ୍ନ ଓ ପାରମର୍ଶମୂଳକ ଦୀର୍ଘ ଅଭିଭାଷଣରୁ ମୁକୁଳିଥାନ୍ତି।

ତେବେ ରେଣ୍ଟରେ ଗାର୍ଲଫ୍ରେଣ୍ଡ ହାୟର କରିବାରେ କିଛି ସର୍ତ୍ତମଧ୍ୟ ରହିଛି। ସାଙ୍ଗରେ ଯୁବତୀଙ୍କୁ ଘରକୁ ନେଇଯାଇପାରିବେ, ହେଲେ ଛୁଇଁପାରିବେନି। ଯୁବକଙ୍କୁ ଘରେ ଯୁବତୀ ମାନସିକ ସମର୍ଥନ କରିଥାନ୍ତି ଓ ପରିବାରର ଅତିଥି ଭଳି ଚଳି ପୁଣି ଫେରିଥାନ୍ତି। ହାୟରରେ ଥିବା ବେଳେ ଯୁବତୀ ଘରେ ଠିକ ଯୁବକଙ୍କ ବାନ୍ଧବୀଙ୍କ ଭଳି ଆଚରଣ ଓ ବ୍ୟବହାର କରିଥାନ୍ତି। ଏହିପରି ଗାର୍ଲଫ୍ରେଣ୍ଡ ଭଡା ଲାଗି ଯୁବକଙ୍କୁ ପାଖାପାଖି ୨ ହଜାର ୟୁଆନ ଅର୍ଥାତ ଭାରତୀୟ ମୁଦ୍ରାରେ ୨୩ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିବାକୁ ହୋଇଥାଏ। ଏହିପରି ବାନ୍ଧବୀଙ୍କୁ ଯୁବକ ଘରେ ତାଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରାଇପାରନ୍ତି, ତାଙ୍କ ସହ ଡେଟ୍‌ରେ ଯାଇପାରନ୍ତି ଓ ଚାଟ୍ ମଧ୍ୟ କରିପାରିବେ।

{"id":517472,"width":842,"height":632,"sizeSlug":"full","linkDestination":"none"}

ତେବେ ସାଧାରଣ ଦିନ ଅପେକ୍ଷା ଚୀନ ନବବର୍ଷ ସମୟରେ ଏପରି ରେଣ୍ଟରେ ଗାର୍ଲଫ୍ରେଣ୍ଡ ବହୁତ ମହଙ୍ଗା ହୋଇଥାନ୍ତି। ସେତେବେଳେ ଦେଶରେ ସାର୍ବଜନିକ ଛୁଟି ଥାଏ। ଏଣୁ ପ୍ରାୟ ଲୋକେ ଘରକୁ ଫେରୁଥିବା ବେଳେ ଗାର୍ଲଫ୍ରେଣ୍ଡ ଖୋଜିବାକୁ ପଡିଥାଏ। ଏଣୁ ଯିଏ ବି ଉପଲବ୍ଧ ଥାନ୍ତି ସେମାନେ ଭଡ଼ା ବଢାଇ ଦିଅନ୍ତି। ଏହି ସମୟରେ ଗାର୍ଲଫ୍ରେଣ୍ଡ ହାୟର କରିବାକୁ ୩ ହଜାର ୟୁଆନ ଅର୍ଥାତ ୩୪ ହଜାର ୨୪୧ରୁ ୧୦ ହଜାର ୟୁଆନ୧ ଲକ୍ଷ ୧୪ ହଜାର ୧୩୯ ଟଙ୍କା ବ୍ୟୟ କରିବାକୁ ହୋଇଥାଏ।

ତେବେ ଚୀନ୍‌ରେ ଏପରି ରେଣ୍ଟରେ ଗାର୍ଲଫ୍ରେଣ୍ଡ ହେଉଥିବା ଯୁବତୀ କାମ ଏତେ ସହଜ ନୁହେଁ ବୋଲି କୁହନ୍ତି। ଯୁବକମାନେ ଉପଯୁକ୍ତ ବୟସରେ ବିବାହ କରୁନଥିବାରୁ ପରିବାରରେ ଚିନ୍ତା ଥାଏ। ଏଣୁ ସେମାନେ ଯାହାକୁ ହାର୍ଲଫ୍ରେଣ୍ଡ କରି ନିଅନ୍ତି ସେମାନଙ୍କୁ ପରିବାରର ବୟସ୍କ ସଦସ୍ୟଙ୍କ ନାନା ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥାଏ। କେବେ କେବେ ପରିବାର ଲୋକେ ବିବାହ ଲାଗି ମଧ୍ୟ ବାଧ୍ୟ କରିବସନ୍ତି। ଏହା ଛଡା ପ୍ରତ୍ୟେକଥର ଅଜଣା ଲୋକଙ୍କ ସହ ସମ୍ପର୍କ ହେବା ସହ ସାଙ୍ଗରେ ଅଜଣା ପରିବେଶକୁ ମଧ୍ୟ ଯିବାକୁ ପଡିଥାଏ।

{"id":517473,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.