ଦୁଷ୍କର୍ମ ପରେ ଯୁବତୀଙ୍କୁ ଧମକ : "ବିବାହ କର ନଚେତ ବେଶ୍ୟାବୃତି କର"

Published By : Prameya-News7 Bureau | March 26, 2019 IST

ଗୁଆଲିୟର ୨୬/୩ : ରେଳ ଷ୍ଟେସନରେ କାମ ଖୋଜୁଥିବା ଜଣେ ଯୁବତୀଙ୍କୁ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି କାମ ଯୋଗେଇଦେବେ ବୋଲି କହି ଯୁବତୀଙ୍କୁ ଗୁଆହାଟୀରୁ ଗୁଆଲିୟରକୁ ଚାଲାଣ କରାଯାଇଥିଲା | ସେଠାରେ ଯୁବତୀଙ୍କ ସହ ଖରାପ କାମ କରାଯାଉଥିଲା | ଏହାପରେ ଯୁବତୀଙ୍କ ସାମ୍ନାରେ ସର୍ତ ରଖାଯାଇଥିଲା ଯେ, ସେ ବିବାହ କରୁ ନହେଲେ ବେଶ୍ୟାବୃତି କରୁ | ଯୁବତୀଙ୍କ ସହ ଆଉ ଜଣେ ଯୁବତୀଙ୍କୁ ମଧ୍ୟ ପାଠ ଯାଇଥିଲା | କୌଶଳକ୍ରମେ ଉଭୟ ଯୁବତୀ ସେଠାରେ ଫେରାର ହେବାରେ ସକ୍ଷମ ହୋଇଥିଲେ ଏବଂ ପୋଲିସକୁ ସବୁ ଘଟଣା କହିଥିଲେ |


ଘଟଣା ମଧ୍ୟ ପ୍ରଦେଶର | ପଶ୍ଚିମବଙ୍ଗ ଏବଂ ଆସାମର ଦୁଇ ଅନାଥ ଯୁବତୀଙ୍କୁ ଚାକିରୀ ଲାଳସା ଦେଖାଇ ଗୁଆଲିୟର ନିଆଯାଇଥିଲା ଏବଂ ମୁନ୍ନା ଖାନ ନାମକ ଦେହ ବ୍ୟବସାୟୀକୁ ବିକ୍ରି କରିଦିଆଯାଇଥିଲା | ଉଭୟଙ୍କୁ ଦେହ ବ୍ୟବସାୟ କରିବ ପାଇଁ ବାଧ୍ୟ କରାଯାଇଥିଲା | କିନ୍ତୁ ଏମାନଙ୍କ ମଧ୍ୟରୁ ଜଣେ ସେଠାରୁ ଫେରାର ହୋଇ ପଡୋଶୀଙ୍କ ଛାତରୁ ଡେଉଁ ପଡ଼ିଥିଲେ | ଏହାପରେ ସେ ପୋଲିସକୁ ଫୋନ କରି ସମସ୍ତ ଘଟଣା କହିଥିଲେ | ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଅନ୍ୟ ଜଣେ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା | କିନ୍ତୁ ପୋଲିସ ପହଂଚିବା ପୂର୍ବରୁ ମୁନ୍ନା ଖାନ ସେଠାରୁ ଫେରାର ହୋଇଯାଇଥିଲା |


ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଗୁଆଲିୟରରେ ବହୁତ ପୂର୍ବରୁ ଯୁବତୀ ଚାଲାଣ ରାକେଟ ଚାଲିଛି | ଏହି ରାକେଟର ମୁନ୍ନା ଖାନର ସ୍ତ୍ରୀ ସୀତାରା ବାଇ ମଧ୍ୟ ସାମିଲ ଥିଲା | ଗୁଆଲିୟର ଛଡା ଆସାମ, ପଶ୍ଚିମବଙ୍ଗ ଏବଂ ପଞ୍ଜାବର କିଛି ଲୋକ ଏହି ରାକେଟରେ ସାମିଲ ଅଛନ୍ତି | ପୋଲିସ ସଏସମସ୍ତଙ୍କୁ ଖୋଜୁଛି |

{"id":97209}


ଉଭୟ ଯୁବତୀଙ୍କୁ ଚାଲାଣକାରୀଙ୍କ ପାଖକୁ ନେଇଯାଇଥିବା ବୃଦ୍ଧ ଗୁଆହାଟୀରେ ରହୁଥିବା ଜଣାପଡିଛି | ୨ ଯୁବତୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ତାଙ୍କ ବୟସ ୧୯ ବର୍ଷ ଏବଂ ସେ ଅନାଥ | ସେ ଗୁଆହାଟୀ ଷ୍ଟେସନରେ ହଜି ଯାଇଥିବାବେଳେ ତାଙ୍କୁ ଜଣେ ବୃଦ୍ଧ କାମ ଯୋଗେଇଦେବେ ବୋଲି କହିଥିଲେ ଏବଂ ବବଲି ନାମକ ଜଣେ ମହିଳାଙ୍କ ଘରକୁ ନେଇଯାଇଥିଲେ | ସେଠାରେ ତାଙ୍କୁ ୨ ଦିନ ରଖାଯାଇଥିଲା | ଆଉ ଜଣେ ଯୁବତୀ ଆସିବାପରେ ୨ ଯୁବତୀଙ୍କୁ ଗୁଆଲିୟର ପଠାଇଦିଆ ଯାଇଥିଲା | ସେଠାରେ ତାଙ୍କ ସହ ଖରାପ କାମ କରାଯାଇଥିଲା ବୋଲି କହିଛନ୍ତି ଯୁବତୀ | ତାଙ୍କୁ ଧମକ ଦିଆଯାଇଥିଲା ଯେ ସେ ବିବାହ କରନ୍ତୁ ନଚେତ ବେଶ୍ୟାବୃତି କରନ୍ତୁ | ଏହାପରେ ଉଭୟ ଯୁବତୀ ସେଠାରୁ ଖସିଯିବା ପାଇଁ ଯୋଜନା କରିଥିଲେ |


ଅନ୍ୟ ଜଣେ ନାବାଳିକା ଥିଲେ | ତାଙ୍କ ଘର ସିଲିଗୁଡିରେ | ତାଙ୍କ ବାପା ମା ନଥିଲେ | ଜଣେ ବଡ ଭଉଣୀ ଅଛନ୍ତି | କାମ ଖୋଜିବା ପାଇଁ ମାର୍ଚ୍ଚ ୨୦ ତାରିଖରେ ସେ ସିଲିଗୁଡିରୁ ଗୁଆହାଟୀ ଆସିଥିଲେ | ଗୁଆହାଟୀ ଷ୍ଟେସନରେ ବସିଥିବାବେଳେ ଜଣେ ବୃଦ୍ଧ ବ୍ୟକ୍ତି ଆସି କହିଥିଲେ ଯେ, ସେ ତାଙ୍କୁ କାମ ଯୋଗେଇଦେବେ ଏବଂ ବବଲୀ ଘରକୁ ନେଇଯାଇଥିଲେ ବୋଲି କହିଛନ୍ତି ନାବାଳିକା |


ମାର୍ଚ୍ଚ ୨୩ ତାରିଖରେ ଉଭୟଙ୍କୁ ଗୁଆଲିୟର ନଇଁଯାଇଅଥିଲା | ତାଙ୍କୁ ମୁନ୍ନା ଖାନ ପାଖକୁ ନିଆଯାଇଥିଲା | ୨ ଜଣ ମହିଳା ଆସି କହିଥିଲେ ଯେ, ତାଙ୍କୁ ବିକ୍ରି କରି ଦିଆଯାଇଛି | ସେଥିପାଇଁ ସେମାନଙ୍କୁ ଦେହ ବ୍ୟବସାୟ କରିବାକୁ ପଡିବ ନଚେତ ବିବାହ କରିବାକୁ ପଡିବ | ଏହାପରେ ଉଭୟ ସେଠାରୁ ଫେରାର ହେବାପାଇଁ ଯୋଜନା କରିଥିଲେ ଏବଂ ସେଠାରୁ ଖସିଯିବାରେ ମଧ୍ୟ ସଫଳ ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.