ପ୍ରେମିକର ମୋବାଇଲ୍‌ରେ ପ୍ରେମିକା ଦେଖିଲେ ଏହି କଥା, ଦାୟର କଲେ ବଳାତ୍କାର ମାମଲା

Published By : Prameya-News7 Bureau | August 28, 2019 IST

ରାଞ୍ଚି - ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ବ୍ୟାଙ୍କରେ କାମ କରୁଥିବା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୁକ୍ତ ନାମରେ ଏବେ ମାମଲା ରୁଜୁ ହୋଇଛି। ଯୁବତୀଙ୍କ ବୟାନ ରେକର୍ଡ ହେବା ପରେ ମହିଳା ଥାନାରେ ମାମଲା ରୁଜୁ ହୋଇଛି । ଦୁଇ ବର୍ଷ ପୂର୍ବରୁ ଏହି ଯୁବକ ଜଣଙ୍କ ତାଙ୍କ ଭଉଣୀଙ୍କ ଘରକୁ ଟ୍ୟୁସନ୍‌ କରିବା ପାଇଁ ଯାଉଥିଲେ । ସେହି ସମୟରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ।
ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ଯୁବକ ଆଶୀଷ ଏକ ସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ଯୁବତୀଙ୍କ ଘର ପାଖରେ ଥିବା ଏକ ହୋଟେଲ୍‌ ଅଗଷ୍ଟ ୧୫ ତାରିଖରେ ରହିଥିଲେ । ଯୁବତୀ ଜଣଙ୍କୁ ଦେଖା ହେବା ପାଇଁ ଡକାଇଥିଲେ । ଏହି ସମୟରେ ସେ ଜବରଦସ୍ତ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।
ଏହାପରେ ଯୁବତୀ ଜଣଙ୍କ ସେହ ଶିକ୍ଷକ ଆଶୀଷର ମୋବାଇଲ୍‌ ଦେଖିଥିଲେ । ଏଥିରେ ତାଙ୍କର ନିର୍ବନ୍ଧ ହୋଇଯାଇଥିବା ଫଟୋ ଦେଖିଥିଲେ । ଏହାପରେ ସେ ଆଶୀଷଙ୍କୁ ବିବାହ କରିବା ପାଇଁ କହିଥିଲେ ।ମାତ୍ର ସେ ମନା କରିଦେବାରୁ ତାଙ୍କ ନାମରେ ବଳାତ୍କାର ମାମଲା ରୁଜୁ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.