ୟୁପି ପରେ ବିହାର : ଘାସ କାଟିବାକୁ ଯାଇଥିବା ଯୁବତୀ ହେଲେ ଗଣଦୁଷ୍କର୍ମର ଶିକାର, ଦୁଇ ଯୁବକ ଗିରଫ

Published By : Prameya-News7 Bureau | October 02, 2020 IST

କୈମୁର ୨।୧୦: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବେବି ଶାନ୍ତ ପଡିନଥିବା ବେଳେ ବିହାର କୈମୁର ଜିଲ୍ଲା ଚୈନପୁର ଥାନା ଅଞ୍ଚଳରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଯୁବତୀ ଜଣଙ୍କ ତାଙ୍କର ୪ଜଣ ସାଙ୍ଗଙ୍କ ସହ ଘାସ କାଟିବାକୁ ଗାଁ ନିକଟସ୍ଥ କ୍ଷେତକୁ ଯାଇଥିଲେ । ସେହିଠାରେ ଛାତ୍ରୀଙ୍କ ସହ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିଲେ । ଅନ୍ୟ ତିନି ଜଣ ଯୁବକ ସେଠାରେ ଉପସ୍ଥିତ ଥିବା ଯୁବତୀଙ୍କ ସାଙ୍ଗମାନଙ୍କୁ ସେଠାରୁ ଘଉଡାଇ ଦେଇଥିଲେ । ଯୁବତୀମାନେ ସେଠାରୁ ଦୌଡି ପଳାଇ ଯାଇଥିଲେ ।

ସେମାନେ ଗାଁରେ ପହଞ୍ଚି ଯେତେବେଳେ ଘଟଣା ସଂପର୍କରେ ଜଣାଇଥିଲେ ଯୁବତୀଙ୍କ ପରିବାରଲୋକ ଗ୍ରାମବାସୀଙ୍କ ସହ ମିଶି ଘଟମାସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କୁ ଦେଖି ଯୁବକମାନେ ଦୌଡିବାକୁ ଲାଗିଲେ । ଜଣେ ଅଭିଯୁକ୍ତକୁ ସେଠାରୁ ଧରି ପକାଇଥିଲେ ଗ୍ରାମବାସୀ । ଧରାପଡିଥିବା ଅଭିଯୁକ୍ତ ଜଣକ ଅନ୍ୟ ଯୁବକଙ୍କ ନାଁ ପ୍ରକାଶ କରିଥିଲେ । ଅନ୍ୟ ଅଭିଯୁକ୍ତକୁ ମଧ୍ୟ ଗାଁରୁ ଧରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ।  ଅନ୍ୟ ୩ ଜଣ ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି । ଗ୍ରାମବାସୀମାନେ ଉଭୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେବା ନେଇ ଦାବି କରିଛନ୍ତି ।

ସେପଟେ ପୋଲିସ ଏସପି କହିଛନ୍ତି ମହିଳା ଥାନାରେ ମାମଲା ରୁଜୁ ହୋଇଛି । ମେଡିକାଲ ବୋର୍ଡ ଗଠନ କରାଯାଇ ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ପୀଡିତାଙ୍କର  ଧାରା ୧୬୪ରେ ବୟାନ ରେକର୍ଡ କରାଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.