Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ବ୍ରେକ୍‌ଅପ୍ ପରେ ଯୁବତୀଙ୍କ କାରନାମା: ମାତାଲ୍ ହୋଇ ପ୍ରେମିକ ଘର ସାମ୍ନାରେ ଡିଜେ ଲଗାଇ ଧୁମ୍ ନାଚିଲେ, ଭିଡିଓ ଭାଇରାଲ୍

23/09/2020 at 11:45 AM

ନୂଆଦିଲ୍ଲୀ ୨୩/୦୯ : ସୋସିଆଲ୍ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ୍ ହେଉଥାଏ । କେତେବେଳେ ମଜାଦାର ତ ପୁଣି କେତେବେଳେ ହୃଦୟ ବିଦାରକ ଭିଡିଓ ଭାଇରାଲ୍ ହୋଇଥାଏ । ସାଧାରଣତଃ ସମୟ କାଟିବାକୁ ଲୋକେ ମଜାଦାର ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି । ଯଦି କାହାର ହୃଦୟ ଭାଙ୍ଗିଯାଇଛି ଅର୍ଥାତ ପ୍ରେମ ପ୍ରତାରଣା ସମ୍ବନ୍ଧରେ ଯଦି କିଏ ରାସ୍ତାରେ ଡିଜେ ଲଗାଇ ଡ୍ୟାନ୍ସ କରୁଥାଏ ତାହେଲେ ସେହି ଭିଡିଓ ସମସ୍ତେ ଦେଖିବାକୁ ପସନ୍ଦ କରିବେ । ଏହିଭଳି ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭାଇରାଲ ଭିଡିଓରେ ଯୁବତୀ ଜଣକ ନିଜ ପ୍ରେମିକ ସହ ବ୍ରେକଅପ ପରେ ମଦ ନିଶାରେ ନିଜ ପ୍ରେମିକ ଘର ସାମ୍ନାରେ ଡିଜେ ଲଗାଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

ଯୁବତୀଙ୍କ ଏହି ମାତାଲ ଡ୍ୟାନ୍ସ ଭିଡିଓ ସୋସିଆଲ୍ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଗୋଟିଏ ଭିଡିଓରେ ଯୁବତୀ ଜଣକ ମଦ ବୋତଲ ହାତରେ ଧରି ମଧ୍ୟ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଯୁବତୀଙ୍କ ଡ୍ୟାନ୍ସ ଦେଖିବାକୁ ଆଖପାଖର ଲୋକ ମଧ୍ୟ ଜମା ହୋଇଥିଲେ । କିନ୍ତୁ ଯୁବତୀଙ୍କୁ କିଛି ଫରକ ପଡ଼ିନଥିଲା । ସେ ଡିଜେ ସ୍ୱରରେ ଡ୍ୟାନ୍ସ କରି ଚାଲିଥାନ୍ତି । ସେ ନିଜ ପ୍ରେମିକଙ୍କୁ ଡାକିବାକୁ ତାଙ୍କ ଘର ସମ୍ମୁଖରେ ଲଗାତାର ଡ୍ୟାନ୍ସ କରି ଚାଲିଥାନ୍ତି । ଯୁବତୀ ଏମିତି ମାତାଲ ଥିଲେ ଯେ ଜୋତା ଚପଲ ମଧ୍ୟ ପିନ୍ଧିଥିଲେ । ଡ୍ୟାନ୍ସ କଲାବେଳେ ସେ ଗୋଡ଼ରୁ ଜୋତା ଖୋଲି ଫୋପାଡ଼ି ଦେଇଥିଲେ । ଆଖପାଖ ଲୋକେ ଯୁବତୀଙ୍କ ଭିଡିଓ ରେକର୍ଡିଙ୍ଗ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ ।

   Related Posts