'ତୁମର ନୁହେଁ ତ କାହାରି ନୁହେଁ' : ପ୍ରେମିକର ବିବାହ ଖବର ସହି ହେଲାନି, ଥାନାରେ ବିଷ ପିଇଦେଲା ପ୍ରେମିକା

Published By : Prameya-News7 Bureau | February 28, 2021 IST

ବାଲିପାଟଣା ,୨୮/୦୨: ପ୍ରେମିକର ବିବାହ ଖବର ସହି ହେଲାନି । କେବେ ଭାବି ନଥିଲେ ସାତ ଜନ୍ମର ସାଥି ହେବ ବୋଲି କଥା ଦେଇଥିବା ପ୍ରେମିକ ଆଉ କାହା ମଥାରେ ସିନ୍ଦୁର ଦେବ । ବିବାହ ଖବର ଶୁଣିଲା ପରେ ମାନସିକ ଭାରସାମ୍ୟ ହରାଇଲେ ଯୁବତୀ । ଥାନା ପରିସରରେ ପିଇଦେଲେ ବିଷ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଥି ରାଜଧାନୀ ଉପକଣ୍ଠ ବାଲିପାଟଣାରେ ।

ସୂଚନାନୁସାରେ, ବାଲିପାଟଣା ଥାନା ସୋମଣା ଶାସନ ଗ୍ରାମର ଜଣେ ଯୁବତୀ ସେହି ଗ୍ରାମର ଗୋପାଳ ବେହେରାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇ କଥା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥିଲା  । ରବିବାର ଗୋପାଳଙ୍କର ଅନ୍ୟ ସ୍ଥାନରେ ବିବାହ ଖବର ଯୁବତୀଜଣଙ୍କ ଶୁଣିଥିଲେ । ଏହି ଖବର ପାଇ ବାପା ମାଆଙ୍କ ସହ ବାଲିପାଟଣା ଥାନାକୁ ଆସିଥିଲେ ଯୁବତୀ । କିନ୍ତୁ ସେତେବେଳକୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଆଖି ଆଗରେ ପ୍ରେମିକ ଆଉ କାହାକୁ ବିବାହ କରିବ ସହି ପାରିଲେନି ।  ପାଖରେ ରଖିଥିବା ଏକ ବିଷ ବୋତଲ ବାହାର କରି ପିଇ ଦେଇଥିଲେ ।

ସଙ୍ଗେ ସଙ୍ଗେ ପୋଲିସ ଯୁବତୀ ଜଣକୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.