‘ମୁଁ RTPCR ଟେଷ୍ଟ କରିବିନି’, ରେଳ ଷ୍ଟେସନ୍‌ରେ ଯୁବତୀଙ୍କ ହାଇଡ୍ରାମା ଭିଡିଓ ଭାଇରାଲ୍‌

Published By : Prameya-News7 Bureau | April 21, 2021 IST

ଯୋଧପୁର ୨୧/୪: କିଛି ଦିନ ତଳେ ଦିଲ୍ଲୀର ଏକ ଦମ୍ପତି ପୋଲିସ ସହ ଦୁର୍ବ୍ୟହାର କରିଥିଲେ। ମହିଳା ମାସ୍କ ପିନ୍ଧିନଥିବା ବେଳେ ବିଚ୍‌ ରାସ୍ତାରେ ସ୍ବାମୀଙ୍କୁ କିସ୍‌ କରିବା କଥା କହିବା ସହ ପୋଲସକୁ ଗାଳି ଗୁଲଜ କରିଥିଲେ। ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ପୁଣି ସେମିତି ଜଣେ ଯୁବତୀ ପୋଲିସକୁ ଗାଳି ଗୁଲଜ କରିବା ସହ ଜୋରଦାର ହଙ୍ଗାମା କରିଛନ୍ତି। ରାଜସ୍ଥାନର ଯୋଧପୁର ରେଳ ଷ୍ଟେସନ୍‌ରେ ଯୁବତୀଙ୍କ ହାଇଡ୍ରାମାର ଭିଡିଓ କେହି ଜଣେ ଯାତ୍ରୀ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣଙ୍କ ଭୋପାଳ ଏକ୍ସପ୍ରେସ୍‌ରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯୋଧପୁର ଆସିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର କରୋନା ନେଗେଟିଭ୍‌ ରିପୋର୍ଟ ଅନିବାର୍ଯ୍ୟ। ଆରପିଏଫ ଉକ୍ତ ଯୁବତୀଙ୍କୁ ନେଗେଟିଭ୍‌ ରିପୋର୍ଟ ମାଗିଥିଲା । ସେ କହିଥିଲେ ତାଙ୍କ ପାଖରେ ରିପୋର୍ଟ ନାହିଁ।

ପୋଲିସ ତାଙ୍କୁ ସାମ୍ପଲ ଦେବାକୁ କହିଥିଲା। ତାପରେ ଯୁବତୀ ଡ୍ରାମା ଆରମ୍ଭ କରିଥିଲେ। ମହିଳା ପୋଲିସ ତାଙ୍କୁ ପ୍ରଥମେ ଅତ୍ୟନ୍ତ ନମ୍ର ଭାବେ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଜିଦରେ ଅଟଳ ଯୁବତୀ। ତାଙ୍କର ଏକା ଜିଦ୍‌ ସେ କରୋନା ଟେଷ୍ଟ କରାଇବେ ନାହିଁ। ପ୍ରଥମେ ଫୋନ୍‌ରେ କାହାକୁ କହିଥିଲେ, ମୁଁ ଚାହୁଁନଥିବା ବେଳେ ଏମାନେ କରୋନା ଟେଷ୍ଟ କରାଇବାକୁ ବାଧ୍ୟ କରୁଛନ୍ତି।

wp:embed {"url":"https://www.youtube.com/watch?v=y3bfSQDgnOk\u0026t=9s","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=y3bfSQDgnOk&t=9s
/wp:embed

ଏପରି ଡ୍ରାମା ଘଣ୍ଟାଏ କାଳ ଚାଲିଥିଲା । ଯୁବତୀ ଜଣଙ୍କ ପ୍ଲାଟଫର୍ମରେ ବସି ପଡ଼ି ଟେଷ୍ଟିଂକୁ ବିରୋଧ ମଧ୍ୟ କରିଥିଲେ। ଏହା ପରେ ପୋଲିସ ବାଧ୍ୟ ହୋଇ କାର୍ଯ୍ୟନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଥିଲା। ଏହା ପରେ ଯୁବତୀଜଣଙ୍କ ସାମ୍ପଲ ଦେବାକୁ ରାଜି ହୋଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.