Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କମେଂଟ ଓ ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଯୁବତୀ କଲେ ଆତ୍ମହତ୍ୟା

7/08/2018 at 11:17 AM

ବଲାଂଗିର୭|୮: ଏକ ତରଫା ପ୍ରେମ ଓ କମେଣ୍ଟରେ ଅତିଷ୍ଟ ହୋଇ ବଲାଂଗୀର ଜିଲ୍ଲାରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଂଗିର ଜିଲ୍ଲା ପୁଇନ୍ତଳା ଥାନା ଅନ୍ତର୍ଗତ ଶିକାବେହେଙ୍ଗା ଗାଁ ରେ। ଏହି ଗାଁରେ ୨୪ ବର୍ଷ ବୟସ୍କା ପ୍ରମିଳା ନିଜ ପାଗଳୀ ମାଁ ଓ ତିନି ଭଉଣୀଙ୍କ ସହ ରହୁଥିଲେ। କିଛି ବର୍ଷ ପୁର୍ବରୁ ବାପାଙ୍କ ମୃତ୍ୟୁ ଘଟିଛି। ବିଲ ରେ କାମ କରିବା ସହ ଅନ୍ୟାନ୍ୟ କାମ କରି ଘର ଚଳାଉଥିଲେ ପ୍ରମିଳା। ତେବେ ସେହି ଗାଁର ଯୁବକ ଅଶୋକ ପଟେଲ ପ୍ରମିଳାଙ୍କୁ ଏକ ତରଫା ଭଲ ପାଇବସିଥିଲା।ପ୍ରେମରେ ଅସଫଳ ହେବାରୁ ସେ କମେଣ୍ଟ ମାରିବା ସହ ନାନା ମାନସିକ ନିର୍ଯ୍ୟାତନା ଦେଉଥିଲା ପ୍ରମିଳା ଓ ତାଙ୍କ ଉଉଣୀମାନଙ୍କୁ । ଗତ ଦୁଇବର୍ଷ ହେଲା ଅଶୋକ ବରାବର ଏମିତି କରିଆସୁଥିଲା । ଗତକାଲି ମଧ୍ୟ ସମାନ ଘଟଣା ଘଟିଥିଲା । ଗତ କାଲି ପ୍ରମିଳାଙ୍ଗ ସାନ ଭଉଣୀ ପାଣି ଆଣିବାକୁ ଯିବା ବେଳେଗାଁ ଦାଣ୍ଡରେ ତାକୁ କମେଣ୍ଟ ମାରିଥିଲା ଅଶୋକ। ଏକଥା ସେ ଆସି ପ୍ରମିଳାଙ୍କୁ କହିଥିଲା । ଅଶୋକର ଅତ୍ୟାଚାରରେ ଅତିଷ୍ଟ ହୋଇପଡିଥିବା ପ୍ରମିଳା କାହାକୁ କିଛି ନକହି ଚାଷ କାମରେ ଲାଗୁଥିବା କୀଟନାଶକ ପିଇ ଦେଇଥିଲେ । ବିଲରେ କାମ କରୁଥିବା ଅନ୍ୟ ଦୁଇ ଭଉଣି ଘରକୁ ଆସିବା ପରେ ଜାଣିଥିଲେ ପ୍ରମିଳା ବିଷ ପିଇଥିବା କଥା। ତାଙ୍କୁ ଗୁରୁତର ଅବସ୍ଥାରେ ବଳାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ । ତେବେ ଗତ କାଲି ରାତିରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। । ଏନେଇ ପୁଇଁନ୍ତଳା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଏ ଯାଏଁ ଗିରଫ କରାଯାଇନାହିଁ । ଦିନ କୁ ଦିନ ନାରୀ ସୁରକ୍ଷା ପାଇଁ ନୂଆଁ ନୂଆଁ ଆଇନ ସବୁ ତିଆରି ହେଉଛି। ହେଲେ ଯେତେ ଆଇନ କାନୁନୁ ତିଆରି ହେଲେ ମଧ୍ୟ ବଦଳୁନି ମାନସିକତା ।

   Related Posts