ଅଫିସ୍ ଯାଉଥିବାବେଳେ ଲୋକାଲ ଟ୍ରେନରୁ ଖସି ପଡ଼ିଲେ ଯୁବତୀ : ହସ୍ପିଟାଲ ନେଇ ଯିବା ସମୟରେ ମୃତ୍ୟୁ

Published By : Prameya-News7 Bureau | December 17, 2019 IST

ମୁମ୍ବାଇ ୧୭/୧୨: ଗତକାଲି ଡୋମ୍ବିବଲିରେ ଲୋକାଲ ଟ୍ରେନରୁ ଖସି ପଡ଼ି ଚାର୍ମୀ ପାଦସି ନାମ୍ନୀ ୨୨ବର୍ଷ ବୟସ୍କା ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି। ପୋଲିସଙ୍କ କହିବା ଅନୁସାରେ ଯୁବତୀ କଲ୍ୟାଣରୁ ଛତ୍ରପତି ଶିବାଜୀ ଟର୍ମିନାଲ ଯିବା ପାଇଁ ୮:୫୩ରେ ବାହାରିଥିଲେ। ପିକ ଆଓ୍ବାର ହେବା ଯୋଗୁଁ ଲୋକାଲ ଟ୍ରେନରେ ବହୁତ ଭିଡ଼ ଥିଲା ଯାହା ଫଳରେ ସେ ବଗି ଭିତରକୁ ଯାଇପାରିନଥିଲେ। ସେ ଗେଟରେ ଛିଡ଼ା ହୋଇ ଯାତ୍ରା କରିବା ସମୟରେ ହଠାତ୍ ଏକ ଝଟକା ପରେ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଚାର୍ମିଙ୍କୁ ଶାସ୍ତ୍ରୀ ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ଚାର୍ମି ଘାଟକୋପରରେ ଚାକିରୀ କରୁଥିଲେ। ସେ ପ୍ରଥମେ ଦ୍ବିପ୍ରହରର ଶିଫ୍ଟରେ ଅଫିସ ଯାଉଥିଲେ, କିନ୍ତୁ ଗତକାଲି ତାଙ୍କର ସକାଳ ଶିଫ୍ଟ ଥିଲା। ଟ୍ରେନରୁ ଖସି ପଡ଼ିବା ଯୋଗୁଁ ତାଙ୍କୁ ଗଭୀର ଆଘାତ ଲାଗିଥିଲା। ଫଳରେ ହସ୍ପିଟାଲ୍ ନେଇ ଯିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.