ବାଥରୁମରେ ଗ୍ୟାସ୍ ଗିଜର ଲିକ୍ ହେବାରୁ ଶ୍ବାସରୁଦ୍ଧ ହୋଇ କିଶୋରୀଙ୍କ ମୃତ୍ୟୁ

Published By : Prameya-News7 Bureau | January 16, 2020 IST

ମୁମ୍ବାଇ ୧୬/୧: ମୁମ୍ବାଇର ବୋରିବଲି ପଶ୍ଚିମର ଗୋରାଇ ଅଞ୍ଚଳରେ ଗ୍ୟାସ୍ ଗିଜର ଯୋଗୁଁ ଏକ ୧୫ବର୍ଷ ବୟସ୍କ କିଶୋରୀଙ୍କ ମୃତ୍ୟୁ ହୋଇ ଯାଇଛି। କୁହାଯାଉଛି ଯେ ଗ୍ୟାସ୍ ଗିଜରରୁ ବାହାରିଥିବା ଗ୍ୟାସ୍ ଯୋଗୁଁ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି ଜାନୁୟାରୀ ୧୦ତାରିଖରେ।

{"id":211939,"sizeSlug":"large"}

ସୂଚନା ଯୋଗ୍ୟ ଧୃବୀ ଗୋହିଲ୍ ସକାଳ ୬.୪୫ରେ ଗାଧୋଇବାକୁ ବାଥରୁମ୍ ଯାଇଥିଲେ। ପାଖାପାଖି ଘଣ୍ଟେ ପରେ ମଧ୍ୟ ସେ ବାହାରକୁ ନ ବାହାରିବାରୁ ପରିବାର ଲୋକେ ବାଥରୁମ୍ କବାଟ ଭାଙ୍ଗି ତାଙ୍କୁ ବାହାର କରିଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ଏଠାରେ ୨୪ ଘଣ୍ଟା ଭେଣ୍ଟିଲେଟରରେ ରହିବା ପରେ ଧୃବୀଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ, ଧୃବୀଙ୍କ ଗୋଡ଼ ଗରମ ପାଣିରେ ପୋଡ଼ି ଯାଇଥିଲା। ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଥିଲା ଯେ,ତାଙ୍କ ମୃତ୍ୟୁ ଗ୍ୟାସ୍ ଯୋଗୁଁ ଶ୍ବାସରୁଦ୍ଧ ପାଇଁ ହୋଇଛି।

ଧୃବୀ ଦଶମ ଶ୍ରେଣୀର ଛାତ୍ରୀ ଥିଲେ। ତାଙ୍କ ବାଥରୁମରେ ଭେଣ୍ଟିଲେସନ ନଥିଲା। ଥଣ୍ଡା ଯୋଗୁଁ ଧୃବୀ ବାଥରୁମ୍ ମଧ୍ୟ ଲକ୍ କରି ଦେଇଥିଲେ। ଯେଉଁ ଦିନ ଧୃବୀଙ୍କ ମୃତ୍ୟୁ ହୋଇଥିଲା ସେଦିନ ତାଙ୍କର ଜନ୍ମଦିନ ଥିଲା। ଧୃବୀ ତାଙ୍କ ବାପାମାଆଙ୍କ ଗୋଟିଏ ଝିଅ ଥିଲେ। ସେ ଅତ୍ୟନ୍ତ ମେଧାବୀ ଛାତ୍ରୀ ଥିଲେ। ସେ ଲୋକଙ୍କୁ ଗ୍ୟାସ୍ ଗିଜର ବ୍ୟବହାର ନ କରିବାକୁ ଅନୁରୋଧ କରିଛନ୍ତି।

ଡାକ୍ତରଙ୍କ କହିବା ଅନୁସାରେ ଗ୍ୟାସ୍ ଗିଜରର ବର୍ଣ୍ଣରରୁ ସୃଷ୍ଟି ହେଉଥିବା ନିଆଁ କାରଣରୁ ଅକ୍ସିଜେନର ମାତ୍ରା କମିଯିବା ଫଳରେ କାର୍ବନ ଡାଇ ଅକ୍ସାଇଡର ମାତ୍ରା ବଢ଼ିଯାଇଥାଏ। ଏହା ଦ୍ବାରା କାର୍ବନ ମନୋକ୍ସାଇଡ ମଧ୍ୟ ସୃଷ୍ଟି ହୋଇଥାଏ। ଏହା ରଙ୍ଗହୀନ ଏବଂ ଗନ୍ଧହୀନ ହେବା ସହ ଅତ୍ୟନ୍ତ ବିଷାକ୍ତ ହୋଇଥାଏ। ଏହି ଗ୍ୟାସ୍ ମୃତ୍ୟୁର କାରଣ ହୋଇଥାଏ। ବିନା ଭେଣ୍ଟିଲେସନ୍ ଥିବା ବାଥରୁମରେ ଗ୍ୟାସ୍ ଗିଜରରୁ ବହାରୁଥିବା ଗ୍ୟାସ୍ କାରଣରୁ ରକ୍ତରେ ଅକ୍ସିଜେନର ମାତ୍ରା କମି ଯାଇଥାଏ। ଫଳରେ ଶରୀରର ପାଖାପାଖି ସମସ୍ତ ଅଙ୍ଗ ପ୍ରଭାବିତ ହେବାକୁ ଲାଗିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.