Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଜନ୍ମର ୭ ମାସରୁ ରକ୍ତହୀନତା, ଶରୀର ତୁଳନାରେ ବଢୁଛି ପେଟ : ଅର୍ଥ ଅଭାବରୁ ସହାୟତା ପାଇଁ ଆକୁଳ ନିବେଦନ କଲେ ସୋନାଲି

12/12/2020 at 5:22 PM

ସାଲେପୁର ୧୨।୧୨: ଝିଅର ରୋଗକଥା କହିବା ବେଳକୁ ମା’ ଆଖିରେ ଲୁହ ଝରି ଆସୁଛି । ଝିଅଟି ଜନ୍ମର ସାତ ମାସ ପରେ ରକ୍ତ ହୀନତା ରୋଗରେ ପୀଡିତ ହେଲା । ଏବେ ତାର ବୟସ ୧୩ ବର୍ଷ । ସପ୍ତମ ଶ୍ରେଣୀରେ ପାଠ ପଢୁଛି । ଶରୀର ତୁଳନାରେ ପେଟ ବଢ଼ିବାରେ ଲାଗିଛି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନ ନଗର ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ।

କଟକ ଜିଲ୍ଲା କିଶନ ନଗର ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ରୁହନ୍ତି ସୁବୋଧ ମଣ୍ଡଳ । ସୁବୋଧ ମଣ୍ଡଳ ଓ ରଂଜିତା ମଣ୍ଡଳଙ୍କ ଝିଅ ହେଉଛନ୍ତି ସୋନାଲି ମଣ୍ଡଳ । ତାଙ୍କ ବୟସ ୧୩ ବର୍ଷ । ୭ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଜନ୍ମର ୭ ମାସରୁ ରକ୍ତହୀନତା ରୋଗରେ ପୀଡିତ । ଏବେ ବୟସ ବଢିବା ସହିତ ସୋନାଲିର ପେଟ ବଢ଼ିବାରେ ଲାଗିଛି । ରକ୍ତ ହୀନତା ସାଙ୍ଗକୁ ପେଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସୋନାଲି । ଭଲ ହେବା ପାଇଁ ଟଙ୍କା ଦରକାର । ଏତେ ଟଙ୍କା ଆସିବ କେଉଁଠୁ । ଏବେ ବାପ-ମା’ ଦିନରାତି ଚିନ୍ତାରେ ।

ଏଭଳି ପରିସ୍ଥିତିରେ ଝିଅକୁ ଭଲ କରିବା ପାଇଁ ଅର୍ଥ ସାଜିଛି ବାଧକ। ଯଦି ପ୍ରଶାସନ ବା ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଡାଇଲେ ଝିଅର ଜୀବନ ବଞ୍ଚିଯାଆନ୍ତା । ଏଭଳି ଆକୁଳ ନିବେଦନ କରିଛନ୍ତି ମା ରଂଜିତା ମଣ୍ଡଳ ଓ ନିଜେ ସୋନାଲି ମଣ୍ଡଳ ।

ଯୋଗାଯୋଗ

Ac-2317001700383892

Ifsc-PUNB 0231700

Miss Sonali Mandal

Do-Ranjita Mandal

At -Ramachandrapur

Po-kishorenagar

Dist-cuttack

Mob-6370634423

   Related Posts