Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଲଟେରି ଜିତିବାକୁ ସୈତାନ ସହ ଡିଲ୍‌ କଲା ଭାଇ, ଦୁଇ ଭଉଣୀଙ୍କୁ ଛୁରୀ ଭୁଶି କଲା ନିର୍ମମ ହତ୍ୟା, ଛଅ ମାସରେ ନେଇଥାନ୍ତା ୬ ମହିଳାଙ୍କ ଜୀବନ

10/06/2021 at 7:05 PM

ନୂଆଦିଲ୍ଲୀ ୧୦/୬: ଅନ୍ଧବିଶ୍ବାସ ଏବଂ ତନ୍ତ୍ର-ମନ୍ତ୍ର ପାଇଁ ବଳି ଦେବାର ଘଟଣା ପୂର୍ବରୁ ଅନେକ ସାମ୍ନାକୁ ଆସିଛି। କିନ୍ତୁ ଜଣେ ଅନ୍ଧବିଶ୍ବାସ ଉପରେ କଣ ଏତେ ବିଶ୍ବାସ କରିପାରିବ କି କେବଳ ଏକ ଲଟେରି ଜିତିବା ପାଇଁ କାହାର ବଳି ଚଢ଼ାଇଦେବ ?  ଠିକ୍‌ ଏମିତି ଏକ ଭୟଙ୍କର  ଘଟଣା ସାମ୍ନାକୁ ଆସିଛି । ଜଣେ ୧୯ ବର୍ଷୀୟ କିଶୋର ଲଟେରି ଜିତିବା ପାଇଁ ​‌ସୈତାନ ସହ ବଳିଦାନ ସଉଦା କରି ନିଜର ଦୁଇ ଭଉଣୀଙ୍କୁ  ଛୁରୀ ଭୁଶି ହତ୍ୟା କରିଛି ।

ମିଳିଥିବା ସୂଚନା ଅନୁସାରେ ୧୯ ବର୍ଷୀୟ ଡାନୟାଲ୍‌ ହୁସେନ୍‌ ଗତବର୍ଷ ୬ ଜୁନ୍‌​‌ରେ ଓ୍ବିମ୍ବେଲେ୍‌ ଉତ୍ତର ପଶ୍ଚିମ ଲଣ୍ଡନର ଫ୍ରାୟଣ୍ଟ କଂଟ୍ରି​‌ ପାର୍କରେ ହେନରୀଙ୍କ ଜନ୍ମଦିନ ପାଳନ କରିବା ପରେ ୪୬ ବର୍ଷୀୟା ବିବା ହେନରୀ ଏବଂ ୨୭ ବର୍ଷୀୟା ନିକୋଲ୍‌ ସ୍ମଲମ୍ୟାନଙ୍କୁ ଛୁରୀ ଭୁଶି ହତ୍ୟା କରିଥିଲା। ଡେଲି ମେଲ୍‌ର ରିପୋର୍ଟ ଅନୁସାରେ, ଦୁଇ ଭଉଣୀଙ୍କ ମୃତଦେହ ଏକ ଏନକ୍ଲୋଜରରୁ ମିଳିଥିଲା। ମାମଲାରେ ଛାନଭିନ୍‌ କରୁଥିବା ପୋଲିସକୁ ଏକ ହାତଲେଖା ନୋଟ୍‌ ମିଳିଥିଲା। ସେଥିରେ ଲେଖାଥିଲା ନିଜର ଲାଭ ପାଇଁ ହୁସେନ ସୈତାନ ସହ ମହିଳାଙ୍କ ବଳିଦାନ ପାଇଁ ସଉଦା କରିଥିଲା।

ଅଭିଯୋଗକାରୀ ଓଲିଭର ଗ୍ଲାସଗୋ କ୍ୟୁସି କହିଛନ୍ତି , ହୁସେନର ସୈତାନ ସହ ସଉଦା ବେକାର ଗଲା। ସେ ଲଟେରି ଜିତିପାରିଲା ନାହିଁ ବରଂ ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ଦୁଇ ଦୁଇଟି ଜୀବନ ନେଇଗଲା । ପୋଲିସ ହୁସେନ ବିରୋଧରେ ହତ୍ୟାକୁ ନେଇ ସମସ୍ତ ପ୍ରକାର ପ୍ରମାଣ ଏକାଠି କରିଛି। ଓଲିଭରଙ୍କ ଅନୁସାରେ ହେନରୀ ଜନ୍ମଦିନରେ ଏତେ ମସଗୁଲ ଥିଲେ ଯେ, ଉତ୍ସବ ଚାଲିଥିବା ପାର୍କ ସ୍ଥିତ ଘରେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ସେଦିନ ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇଥିଲେ।

ସେମାନେ ଘ​‌ରେ ନପହଞ୍ଚିବା ଯୋଗୁ ପରିବାର ଲୋକେ ପାର୍କରେ ପହଞ୍ଚିଥିଲେ । ପ୍ରଥମେ ଘାସରେ ପଡ଼ିଥିବା ଏକ ଛୁରୀ ଏବଂ ପରେ ପରେ ଦୁଇ ଭଉଣୀଙ୍କ ଶବ ଦେଖିବାକୁ ପାଇଥିଲେ ପରିବାର ଲୋକେ। ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ ସୈତାନକୁ ଲେଖିଥିବା ହାତ ଲେଖା ନୋଟ୍‌  ମିଳିବା ପରେ ଜଣାପଡ଼ିଲା ଏସବୁ ପଛରେ ଗୋଟିଏ କାରଣ ଥିଲା ଲଟେରି । ନୋଟ୍‌ରେ  ଅଭିଯୁକ୍ତ ମେଗା ମିଲିୟନ୍ସ ଜ୍ୟାକପୁଟ୍‌ ଜିତିବା ପାଇଁ ପ୍ରତି ୬ ମାସରେ ୬ ଜଣ ମହିଳାଙ୍କ ବଳିଦାନ କରିବାକୁ ନେଇ ନିଜର ଇଚ୍ଛା ବ୍ୟକ୍ତ କରିଥିଲା। କିନ୍ତୁ ସେ ଏମିତି କିଛି ନୋଟ୍‌ ଲେଖିଥିବା ମନା କରିଛି ଅଭିଯୁକ୍ତ ହୁସେନ।  

   Related Posts