କେନାଲ୍‌ରେ ଭାସୁଥିଲା ସୁଟକେଶ୍, ଖୋଲିଲା ପରେ ମିଳିଲା ଯୁବତୀଙ୍କ ମୃତଦେହ

Published By : Prameya-News7 Bureau | October 12, 2020 IST

ସିରାସା ୧୨/୧୦ : ହରିୟାଣା ସିରାସା ଫୁଲଙ୍କା ଗାଁ ନିକଟସ୍ଥ ବନମନ୍ଦୋରୀ କେନାଲରୁ ଏକ ସୁଟକେଶରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। କେନାଲରେ ସୁଟକେଶ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଡିଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚି ସୁଟକେଶକୁ କେନାଲରୁ ବାହାର କରିଥିଲା। ସୁଟକେଶ ଖୋଲି ପୋଲିସ ଯାହା ଦେଖିଲା ଚକିତ ହୋଇଗଲା। ସୁଟକେଶରେ ପାଖାପାଖି ୨୫ ବର୍ଷୀୟା ଯୁବତୀଙ୍କ ମୃତଦେହ ଥିଲା।

{"id":343064,"sizeSlug":"large"}

ମୃତ ଯୁବତୀଙ୍କ ବେକରେ ରଶିର ଚିହ୍ନ ଥିଲା। ଯୁବତୀଙ୍କ ପରିଚୟ ମିଳିନାହିଁ। କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ପ୍ରଘଟ ହେବାପରେ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଶବର ପରିଚୟ ପାଇଁ ପୋଲିସ ତାକୁ ନାଗରିକ ହସ୍ପିଟାଲର ଶବଗୃହରେ ରଖିଛି। ୭୨ ଘଣ୍ଟା ମଧ୍ୟରେ ଶବର ପରିଚୟ ବାହାର କରିବାକୁ ପ୍ରୟାସ କରାଯିବ। ଏହାପରେ ବ୍ୟବଛେଦ ହେବ। ବ୍ୟବଛେଦ ପରେ ସ୍ପଷ୍ଟ ହେବ ଯେ ଯୁବତୀଙ୍କୁ କିଭଳି ଭାବେ ହତ୍ୟା କରାଯାଇଛି।

{"id":343065,"sizeSlug":"large"}

ଡିଏସପି ସଞ୍ଜୟ କୁମାର କହିଛନ୍ତି ଯେ ଡିଙ୍ଗ ଥାନା ପୋଲିସ ସୁଟକେଶରେ ବନ୍ଦ ଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିନାହିଁ। ଆଖପାଖ ଗାଁରେ ଯୁବତୀଙ୍କ ପରିଚୟ ପାଇବ ପାଇଁ ପୋଲିସ ଲୋକଙ୍କୁ ପଚରାଉଚୁରା କରୁଛି। ପୋଲିସ ସନ୍ଦେହ କରିଛି ଯେ ଯୁବତୀଙ୍କ ଶବକୁ ମୁଖ୍ୟ କେନାଲରେ ଫୋପାଡ଼ି ଦିଆଯାଇଥିଲା। ପାଣି ସ୍ରୋତରେ ଏହା ଭାସି ଭାସି ସିରାସା ଯାଏଁ ପହଞ୍ଚି ଯାଇଛି। ତେବେ ମୃତ ଯୁବତୀଙ୍କ ବେକରେ ଥିବା ଚିହ୍ନରୁ ସନ୍ଦେହ କରାଯାଉଛି ଯେ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.